ନୂଆ ଉପଭୋକ୍ତା ଆଇନ, ଗ୍ରାହକଙ୍କୁ ଠକିବା ମହଙ୍ଗା ପଡିବ l

0
383

ଆଚିଭର୍ସ ନ୍ୟୁଜ୍‌, ୨୦/୦୭ (ବ୍ୟୁରୋ):-  କଞ୍ଜ୍ୟୁମର ପ୍ରୋଟେକ୍ସନ ଆକ୍ଟ-୨୦୧୯ ସାରା ଦେଶରେ ଜୁଲାଇ ୨୦ ତାରିଖରୁ ଲାଗୁ ହେବ। ଆଇନର ପ୍ରାବଧାନ ଅନୁସାରେ ଗ୍ରାହକଙ୍କୁ ଭ୍ରମିତ କରିବା ଭଳି ବିଜ୍ଞାପନ ପ୍ରସାରଣ ଏବେ କମ୍ପାନୀଙ୍କ ଲାଗି ମହଙ୍ଗା ହେବ। ଯଦି କୌଣସି ବିଜ୍ଞାପନ ତ୍ରୁଟିପୁର୍ଣ୍ଣ ପ୍ରମାଣିତ ହୁଏତ ଏଥିଲାଗି ଏଭଳି ବିଜ୍ଞାପନ ପ୍ରସାରଣ କରିଥିବା ସଂସ୍ଥାର ମୁଖ୍ୟଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିପାରେ।

ନୂଆ ନିୟମ ଅନୁସାରେ ଏବେ ଗ୍ରାହକ ଯେଉଁଠାରେ ଅବସ୍ଥାନ କରୁଛନ୍ତି ସେହି ସ୍ଥାନରେ ତାଙ୍କୁ ଅଭିଯୋଗ କରିବାର ସୁବିଧା ମିଳିବ। ଏହା ପୂର୍ବରୁ ଗ୍ରାହକ ଯେଉଁଠାରୁ ସାମଗ୍ରୀ କ୍ରୟ କରୁଥିଲେ ସେହି ସ୍ଥାନକୁ ଯାଇ ସେଠାକାର କଞ୍ଜ୍ୟୁମର କୋର୍ଟରେ ଅପିଲ କରୁଥିଲେ। ଏହି ନୂଆ ଆଇନି ୧୯୮୬ ଗ୍ରାହକ ସୁରକ୍ଷା ଆଇନର ସ୍ଥାନ ନେବ। ଏହି ଆଇନ କାର୍ଯ୍ୟକାରୀ ହେବା ନେଇ କେନ୍ଦ୍ର ଉପଭୋକ୍ତା, ଖାଦ୍ୟ ଓ ସାର୍ବଜନିକ ବିତରଣ ମନ୍ତ୍ରୀ ରାମବିଲାଶ ପାଶ୍ୱାନ ତାଙ୍କ ଟ୍ୱିଟ୍ ରେ ପୋଷ୍ଟ କରି ସୂଚିତ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here