ନିର୍ଭୟା ଦୋଷୀଙ୍କ ନୂଆ ନାଟକ, ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ

0
686
ff
v

ଫାଶୀରୁ ବର୍ତ୍ତିବା ଲାଗି ନିର୍ଭୟା ଦୋଷୀଙ୍କ ନୂଆ ନାଟକ । ଛାଡ଼ପତ୍ର ପାଇଁ କୋର୍ଟରେ ଆବେଦନ କଲେ ଦୋଷୀ ଅକ୍ଷୟଙ୍କ ପତ୍ନୀ ପୁନିତା । ଛାଡ଼ପତ୍ର ନେଇ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ଆବେଦନରେ ସେ ଅକ୍ଷୟଙ୍କ ବିଧବାଭାବରେ ବଞ୍ଚିବାକୁ ଚାହୁଁନଥିବା ଉଲ୍ଲେଖ କରିଛନ୍ତି । ତେବେ ବଳାତ୍କାର ମାମଲାରେ ତାଙ୍କ ସ୍ୱାମୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ଫାଶୀ ଦିଆଯିବା ଉଚିତ ବୋଲି ସେ କହିଛନ୍ତି ।

ଅକ୍ଷୟଙ୍କ ପତ୍ନୀଙ୍କ ଓକିଲ ମୁକେଶ କୁମାର ସିଂ କହିବା ହେଲା ଯେ, ହିନ୍ଦୁ ବିବାହ ଆଇନ ୧୩ (2) (II) ଅନୁଯାୟୀ କେତେକ ମାମଲାରେ ମହିଳାଙ୍କ ଛାଡ଼ପତ୍ର କରିବାର ଆଇନଗତ ଅଧିକାର ରହିଛି। ସେ କହିଛନ୍ତି ଯେ, ଯଦି ଜଣେ ମହିଳାଙ୍କ ସ୍ୱାମୀ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେ ଛାଡପତ୍ର ପାଇଁ ଆବେଦନ କରିପାରିବେ।

LEAVE A REPLY

Please enter your comment!
Please enter your name here