‘ନିଭାର’ ବାତ୍ୟାର ସ୍ଥଳଭାଗକୁ ପ୍ରବେଶ କରିବା ପୂର୍ବରୁ ଚେନ୍ନାଇରେ ଅତି ପ୍ରବଳ ବର୍ଷା

0
61

ନୂଆଦିଲ୍ଲୀ: ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା ‘ନିଭାର’ ଦକ୍ଷିଣପୂର୍ବ ଉପକୂଳ ଆଡ଼କୁ ମାଡ଼ି ଆସୁଥିବା ବେଳେ ବୁଧବାର ସକାଳେ ତାମିଲନାଡୁର ଚେନ୍ନାଇରେ ଅତି ପ୍ରବଳ ବୃଷ୍ଟିପାତ ହୋଇଛି।

ବାତ୍ୟା ଓ ବୃଷ୍ଟିପାତ କାରଣରୁ ଇଣ୍ଡିଗୋ ତା’ର ୨୪ଟି ବିମାନ (୧୨ଟି ଅବତରଣ ଓ ୧୨ଟି ଉଡ଼ାଣ) ବାତିଲ କରିଛି।

ଭୟଙ୍କର ସାମୁଦ୍ରିକ ବାତ୍ୟା ‘ନିଭାର’ ସମ୍ପ୍ରତି ଚେନ୍ନାଇ ଠାରୁ ୩୮୦ କିଲୋମିଟର ଦୂରରେ ରହି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଆସନ୍ତା ୧୨ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ଏହା ଅତି ଭୟଙ୍କର ରୂପ ଧରି ବୁଧବାର ରାତିରେ ପୁଦ୍ଦୁଚେରୀ ନିକଟରେ ସ୍ଥଳଭାଗକୁ ପ୍ରବେଶ କରିବ।

LEAVE A REPLY

Please enter your comment!
Please enter your name here