ନିଜର ପ୍ରେମକୁ କେମିତି କରିବେ ସୁଦୃଢ଼ ? କ’ଣ କଲେ ଉଭୟଙ୍କ ମଧ୍ୟରେ ବଢ଼ିବ ଭଲପାଇବା ? ଜାଣନ୍ତୁ..

0
648
tfrv
ftrdc

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ସାଧାରଣତଃ ମହିଳାମାନେ ନିଜ ସାଙ୍ଗସାଥୀ ମେଳରେ କଥାହେବା ବେଳେ ସ୍ୱାମୀ ଓ ଶାଶୁଘର ବିଷୟରେ ବହୁ କଥା ବାହାରେ ପ୍ରକାଶ କରିଥାନ୍ତି । ତେବେ ଏପରି କରିବା ଜଣେ ବୋହୂ ପାଇଁ ଅନୁଚିତ । ସମ୍ପର୍କ ବିଶ୍ୱାସ ଓ ଭଲ ପାଇବାକୁ ନେଇ ଗଢ଼ି ଉଠିଥାଏ। ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବିଶ୍ୱାସ ଓ ଭଲପାଇବା ରହିଲେ ପାରିବାରିକ ସମ୍ପର୍କ ହୋଇଥାଏ ମଧୁର । ସାମାନ୍ୟ କଳି ଝଗଡ଼ା ପରିବାର ମଧ୍ୟରେ ସୀମିତ ରହିବା ଉଚିତ । ବାହାରଲୋକଙ୍କୁ ଏଥିରେ ସାମିଲ କରିବା ଅନୁଚିତ। ବାହାର ଲୋକ ସହ ପରିବାର କଥା ସେୟାର କରିବା ଦ୍ୱାରା ପରିବାରର ଦୋଷ ଦୁର୍ବଳତା ବାହାରକୁ ଯାଇଥାଏ। କେତେକ କଥା ଅଛି ଯାହାକୁ ବାହାରେ ପ୍ରକାଶ କରିବା କେବେ ମଧ୍ୟ ଭଲ ନୁହେଁ। ସେଗୁଡ଼ିକ ହେଉଛି, ଘରର ଆୟ-ବ୍ୟୟ,ସ୍ୱାମୀଙ୍କ ରୋଜଗାର, ଶାଶୁ ଶ୍ୱଶୁରଙ୍କ ସହ ସମ୍ପର୍କ ଇତ୍ୟାଦି। ସେହିପରି ଜନ୍ମ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ବାହାରେ କାହା ସହିତ ଏ ବିଷୟରେ ଆଲୋଚନା କରିବା ଅନୁଚିତ । ଏହା ସଂପୂର୍ଣ୍ଣ ଭାବେ ସ୍ତ୍ରୀ-ସ୍ୱାମୀଙ୍କ ନିଜର ବ୍ୟକ୍ତିଗତ ବିଷୟ। ସେହିପରି ବେଡରୁମ୍ କଥା ଅତ୍ୟନ୍ତ ଗୋପନୀୟ । ଏହା କେବଳ ସ୍ତ୍ରୀ ସ୍ୱାମୀଙ୍କ ମଧ୍ୟରେ ସୀମିତ ରହିବା ଉଚିତ। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ ବେଡ୍‌ରୁମ୍ ସିକ୍ରେଟ୍‌କୁ ସିକ୍ରେଟ୍ ହିଁ ରଖନ୍ତୁ ।

LEAVE A REPLY

Please enter your comment!
Please enter your name here