ନିକଟତର ହେଉଛି ମଡର୍ଣ୍ଣା ଫାଇଜର୍‌ ପରେ କରୋନା ଟିକା ପ୍ରସ୍ତୁତି

0
34

ନୂଆଦିଲ୍ଳୀ: ଔଷଧ ନିର୍ମାଣକାରୀ କମ୍ପାନୀ ଫାଇଜର୍‌ ଓ ରୁଷିଆ ଦ୍ବାରା ପ୍ରସ୍ତୁତ ଦୁଇଟି କରୋନା ଭାଇରସ୍‌ ଟିକା ସକରାତ୍ମକ ଫଳାଫଳ ଦେଖାଇଛି। ଏହି ଟିକା କୋଭିଡ୍‌-୧୯ ବିରୋଧରେ ୯୦ ପ୍ରତିଶତରୁ ଅଧିକ କାର୍ଯ୍ୟ କରୁଛି ବୋଲି କମ୍ପାନି ପକ୍ଷରୁ ଦାବି ମଧ୍ୟ ହୋଇଛି। କରୋନା ଟିକା ବାହାର କରିବା ଦିଗରେ ବାୟୋଟେକ୍‌ନୋଲୋଜି କମ୍ପାନି ମଡର୍ଣ୍ଣା ମଧ୍ୟ ସଫଳତା ଆଡକୁ ଅଗ୍ରସର ହେଉଛି ବୋଲି ଜାଣିବାକୁ ମିଳିଛି।

ପୂର୍ବରୁ ଗ‌ବେଷକମାନେ କହିଛନ୍ତି ଯେ ଫାଇଜର ଟିକା ଭାରତକୁ ସେତେଟା ସୁହାଇ ନପାରେ। କାରଣ ଏହାକୁ ରଖିବାକୁ ଅତ୍ୟନ୍ତ ଥଣ୍ଡା ସ୍ଥାନ(ବିଯୁକ୍ତ ୭୦ ଡିଗ୍ରି ତାପମାତ୍ରା) ଆବଶ୍ୟକ। ଏହି କାରଣରୁ ଟିକାକୁ ଦେଶର ସମସ୍ତ ସ୍ଥାନରେ ଉପଲବ୍ଧ କରାଇବା ଅସମ୍ଭବ। କେବଳ ସେତିକି ନୁହେଁ, ଏହା ଅତ୍ୟନ୍ତ ଦାମୀ ହୋଇଥିବାରୁ ସବୁ ବର୍ଗର ଲୋକଙ୍କ ପାଇଁ କିପରି ସହଜରେ ଉପଲବ୍ଦ ହେବ ସେ ନେଇ ଚିନ୍ତା ଉପୁଜିଛି।

LEAVE A REPLY

Please enter your comment!
Please enter your name here