ନିଆଁରେ ଜଳି ୨ମହିଳା ଗୁରୁତର ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ଅଗ୍ନିକାଣ୍ଡ

0
84

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗରର ଷ୍ଟେସନ ପଡ଼ାରେ ରହୁଥିବା ସୋନୁ ଘୋଷଙ୍କ ଘରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ଯୋଗୁ ନିଆଁ ଲାଗି ୨ଜଣ ମହିଳା ଗୁରୁତର ଆହତ ହୋଇଥିବା କୁହାଯାଉଛି। ଆହତମାନେ ହେଲେ ସୋନୁ ଘୋଷଙ୍କ ପତ୍ନୀ ପ୍ରିୟା ଘୋଷ ଓ ଭଡ଼ାରେ ରହୁଥିବା ପାଖ ପଡ଼ୋଶୀ ମମତା ପାତ୍ର। ପ୍ରଥମେ ଆହତଙ୍କୁ ଚିକିତ୍ସା ପାଇଁ ବ୍ରଜରାଜନଗରସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ପ୍ରିୟା ଘୋଷଙ୍କର ୪୦ପ୍ରତିଶତ ଓ ମମତାଙ୍କର ୩୦ପ୍ରତିଶତ ଜଳିଥିବା ବ୍ରଜରାଜନଗର ଆଇଆଇସି ନଳିତା ମୋଦୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here