ଭୁବନେଶ୍ଵର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ଥିବା ଜଣାଯାଇଛି। ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି, କରୋନାର ମୁକାବିଲା ଲାଗି ଆମେ ସଜାଗ ଅଛୁ। ଏନଫୋର୍ସମେଣ୍ଟକୁ କମିସନରରେଟ ପୁଲିସ ସହ ମିଶି ଆହୁରି ତ୍ୱରାନ୍ୱିତ କରାଯାଇଛି।ନବମ ଏକାଦଶ ଶ୍ରେଣୀ ବାତିଲ ନେଇ ସରକାରଙ୍କ ନିର୍ଦେଶନାମା ପରେ ଆବାସିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବା ପାଇଁ ନିର୍ଦେଶ ଦିଆଯାଇଛି। ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଶେଷ ହୋଇଛି। ଏଣୁ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଏହି ନିର୍ଦେଶ ଅନୁଯାୟୀ ନିୟମ ଅନୁପାଳନ କରିବାକୁ କୁହାଯାଇଛି। ଵୃଦ୍ଧି ପାଉଥିବା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ସରକାରୀ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।ସେପଟେ ଭୁବନେଶ୍ୱରରେ ବର୍ତ୍ତମାନ ଥିବା ଏକମାତ୍ର କୋଭିଡ ହସ୍ପିଟାଲ ସମ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୫୦ ରୁ ୨୫୦କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଯେଉଁ ହସ୍ପିଟାଲଗୁଡ଼ିକ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା ସେମାନଙ୍କୁ ଆବଶ୍ୟକସ୍ଥଳେ ପୁଣିଥରେ ନିୟୋଜିତ କରାଯିବ। ବର୍ତ୍ତମାନ ଆମେ ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଚିନ୍ତା କରୁନୁ, ଏନଫୋର୍ସମେଣ୍ଟ, ମାଇକ୍ରୋ କଣ୍ଟେନମେଣ୍ଟ ଓ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦେଉଛୁ।
Latest article
୪ ଦିନ ବନ୍ଦ ରହିବ ଏସ୍ବିଆଇର ଭୁବନେଶ୍ବର ମୁଖ୍ୟ ଶାଖା
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର(ଏସ୍ବିଆଇ) ମୁଖ୍ୟ ଶାଖା ଆହୁରି ୪ ଦିନ ବନ୍ଦ ରହିବ। ମୁଖ୍ୟ କାର୍ଯ୍ୟାଳୟରେ ଆହୁରି ଅଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି...
ସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ
ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା କାରଣରୁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ସମସ୍ତ ସହରାଞ୍ଚଳରେ ଲକ୍ଡାଉନ୍ ଜାରି ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ...
ନାଇଟ କର୍ଫ୍ୟୁ, ଲକଡାଉନ ଓ ସଟଡାଉନ କଥା ଏବେ ଚିନ୍ତା କରୁନୁ
ଭୁବନେଶ୍ଵର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୮୭୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୧୪୪ ସଂକ୍ରମିତ ଥିବା ଜଣାଯାଇଛି। ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ କହିଛନ୍ତି,...