ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ରୁଦ୍ର

0
7

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀଙ୍କୁ ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଭେଟିଛନ୍ତି । ପିପିଲି ମୈଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଛନ୍ତି ରୁଦ୍ର । ଏହାସହ ନବୀନ ନିବାସରୁ ଟିକେଟ ନେଇ ଫେରିଛନ୍ତି ରୁଦ୍ର ପ୍ରତାପ ।ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର । ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଧେନ୍ଦୁଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆଗାମୀ ନିର୍ବାଚନରେ ବିଜୟ ପାଇଁ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ ସେ । ଆଗାମୀ ୩୦ ତାରିଖରେ ସେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ଟିକେଟରେ ନାମାଙ୍କନ ପତ୍ର ଦାଖଲ କରିବେ ।

LEAVE A REPLY

Please enter your comment!
Please enter your name here