ଧୋକା ଦେଲା ଚୀନ୍ ସେନା: ୨୦ଯବାନ ସହିଦ

0
436

୧୫ ଭାରତୀୟ ଯବାନଙ୍କ ପତ୍ତା ମିଳୁନି
ଲଦାଖରେ ୧୯୬୨ ଭଳି ସ୍ଥିତି
ଜବାବୀ ହମ୍‌ଲାରେ ୪୩ ଚୀନ୍ ସୈନ୍ୟ ମୃତାହତ
ରାଜନାଥଙ୍କ ଘନ ଘନ ବୈଠକ
ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧୭/୦୬ (ବ୍ୟୁରୋ)- ଦୀର୍ଘ ୪୫ବର୍ଷ ପରେ ପରେ ଭାରତକୁ ଧୋକା ଦେଇକ୍ତି ଚୀନ୍ । ଲଦାଖର ଗଲୱାନ ଘାଟିରେ ସୋମବାର ରାତିରେ ସୀମା ବିବାଦ ତୁଟାଇବାକୁ ଯାଇଥିବା ଭାରତୀୟ ସୈନିକଙ୍କ ଉପରେ ଚୀନ୍ ସୈନିକମାନେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ କର୍ଣ୍ଣେଲଙ୍କ ସମେତ ୨୦ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ଅନ୍ୟପକ୍ଷରେ ଭାରତୀୟ ସୈନିକ ମୃତାହତ ହୋଇଥିବା କୁହାଯାଉଛି । କିନ୍ତୁ ଚୀନ୍ ସରକାର ଏହା ସ୍ପଷ୍ଟ କରି ନାହାନ୍ତି । ଭାରତୀୟ ସେନା କହିଛି କି ଘଟଣାସ୍ଥଳରେ ଜଣେ କର୍ଣ୍ଣେଲଙ୍କ ସମେତ ୩ଜଣ ଯବାନ ସହିଦ ହୋଇଥିଲା ବେଳେ ୧୭ ଜଣ ଆହତ ହୋଇଥିଲେ । ତେବେ ଏହି ଘଟଣାରେ ଚୀନ୍‌ର ୪୩ଜଣ ସୈନିକ ମୃତାହତ ହୋଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here