ଧୀରେ ଧୀରେ ଖୋଲୁଛି ଚୀନର ଅସଲ ମୁଖା

0
409

ଆଚିଭର୍ସ ନ୍ୟୁଜ୍‌, ୨/୦୭ (ବ୍ୟୁରୋ)- ଏଲଏସି ବିବାଦ ନେଇ ବାରମ୍ବାର ଆଲୋଚନା ସତ୍ତ୍ୱେ ଚୀନର ଦାଦାଗିରି କମୁନାହିଁ। ବାରମ୍ବାର ଏଲଏସିରେ ନିଜର ଉପସ୍ଥିତି ଜାହିର କରିବାକୁ ଉଦ୍ୟମ କରୁଛି। ଭାରତୀୟ ସୀମାକୁ ନିଜର ବୋଲି ଦର୍ଶାଇବାକୁ ହୀନ ପ୍ରୟାସ କରିଆସୁଛି। ଏହାକୁ ନେଇ ଭାରତ ପକ୍ଷରୁ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ସେପଟେ କେବଳ ଭାରତ ନୁହେଁ ଅନ୍ୟ ପଡୋଶୀ ଦେଶ ମାନଙ୍କ ସହ ମଧ୍ୟ ଚୀନର ସୀମାବିବାଦ ଘନେଇଛି।

ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଆମେରିକା। ଚୀନର ଏଭଳି ପଦକ୍ଷେପ ଚୀନ କମ୍ୟୁନିଷ୍ଟ ପାର୍ଟିର ଅସଲ ମୁଖା ଖୋଲୁଛି ବୋଲି ହ୍ୱାଇଟ ହାଉସ୍ ପ୍ରେସ ସଚିବ କହିଛନ୍ତି। ଏଥିସହ ଭାରତ ଓ ଚୀନ ସୀମାରେ ଦେଖାଦେଇଥିବା ଉତ୍ତେଜନା ଉପରେ ନଜର ରଖାଯାଇଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

ହ୍ୱାଇଟ ହାଉସ୍ ପ୍ରେସ ସଚିବ ଆହୁରି କହିଛନ୍ତି, ଆମେ ଚାହୁଁଛୁ ଉଭୟ ଭାରତ ଓ ଚୀନ୍ ଶାନ୍ତିପୂର୍ଣ୍ଣ ଭାବେ ସବୁର ସମାଧାନ କରନ୍ତୁ। ୭ ସପ୍ତାହ ଧରି ଲାଗିରହିଥିବା ବିବାଦକୁ ଆଦୌ ହାଲୁକାରେ ନିଆଯାଇପାରିବ ନାହିଁ। କେବଳ ଭାରତ କିମ୍ବା ଏସିଆ ନୁହେଁ। ବିଶ୍ୱର ଅନ୍ୟ କିଛି ସ୍ଥାନରେ ମଧ୍ୟ ଚୀନର ଏଭଳି ଆଭିମୁଖ୍ୟ ଦେଖିବାକୁ ମିଳିଛି, ଯାହାକୁ ଅଣଦେଖା କରିହେବ ନାହିଁ।

LEAVE A REPLY

Please enter your comment!
Please enter your name here