ଦୋ ଛକିରେ ଜୀବନ ଓ ଜୀବିକା

0
531

ଦିନକୁ ୨ଘଣ୍ଟା ଚାଲିଛି ଅଦାଲତ
ଲକ୍‌ଡାଉନ୍ ହେବା ଦିନ ଠାରୁ ପ୍ରାୟ ସବୁ କୋର୍ଟ ବନ୍ଦ ରହିଛି । ଦେୱାନୀ ଅଦାଲତ ଓ ଫୌଜଦାରୀ ଅଦାଲତ ଦିନକୁ ୨ଘଣ୍ଟା ଚାଲିଛି । ସେଠାରେ କେବଳ ଦୁଇଟି କାମ ହେଉଛି । ଗୋଟିଏ ହେଲା ଜାମିନ ଉପରେ ଶୁଣାଣୀ ଅନ୍ୟଟି ହେଲା ଇଂଜକ୍ସନ୍ କେସ୍ (ଜରୁରୀ କାଳୀନ ଜମିଜମା ମାମଲା) । ସବୁଦିନ ବିଚାରପତି, ମାଜିଟ୍ଟ୍ରେଟ୍ ଓ ଅନ୍ୟ କର୍ମଚାରୀମାନେ କୋର୍ଟ ଆସୁଛନ୍ତି । ଲକ୍‌ଡାଉନ୍ ହୋଇ ନଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଶୁଣାଣି ହୋଇ ପାରିଥାନ୍ତା । ହୁଏତ ଅନେକ କେସ୍ ବନ୍ଦ ହୋଇ ସାରନ୍ତାଣି ବୋଲି ସ୍ପେଶାଲ୍ ପିପି ରଶ୍ମୀ ରଞ୍ଜନ ବ୍ରହ୍ମା କହିଛନ୍ତି । ଏଡାବାଦ୍ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦଶରେ ଭିଡିଓ କନ୍‌ଫରେନ୍ସି ଜରୁରି ମାମଲାର ଶୁଣାଣି ହେଉଛି ।
ହଜାରେ ସ୍ଥାନରେ ଶୂନ
ଭୁବନେଶ୍ୱର କୋର୍ଟ ପରିସରରେ ଛୋଟ ବଡ଼ ହୋଇ ୨୨ଟି ଅଦାଲତ । ଏହିଭଳି ଭାବେ ଦିନକୁ ୧୦୦୦ରୁ ଅଧିକ ମାମଲାର ତାରିଖ ପଡୁଥିଲା । ଜିଲ୍ଲା ଜର୍ଜଙ୍କ କୋର୍ଟରେ ପ୍ରତ୍ୟେକ ଦିନ ୮୦ରୁ ଅଧିକ ମାମଲା ଶୁଣାଣି ହୁଏ । ସିଭିଲ୍ ଜଜ୍ ୧/୨ରେ ୪୦ ରୁ ୫୦ଟି ମାମଲା ଉପରେ ଶୁଣାଣି ହୋଇଥାଏ । ସବୁଠାରୁ କମ୍ ଶୁଣାଣି ହୁଏ ୩ଟି ସିବିଆଇ କୋର୍ଟରେ । ହେଲେ ଏବେ ଏ ସବୁ ପୂରା ଠପ୍ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ୨୮ଟି ବହୁ ଚର୍ଚ୍ଚିତ ହତ୍ୟା ଓ ୧୧ଟି ସମ୍ବେଦନଶୀଳ ବଳାତ୍କାର ଘଟଣାର ଶୁଣାଣି ଚାଲିଥିଲା । ହେଲେ ଏବେ ସବୁ ବନ୍ଦ ହୋଇପଡ଼ିଛି । ଜମିଜିମା ପାଇଁ ସିଭିଲ ଜଜ୍ ଜୁନିୟର ଓ ସିନିୟର ଡିଭିଜନରେ ମଧ୍ୟ ଅନେକ ମାମଲା ପଡ଼ିଛି ।
ସାନିଟାଇଜ୍ କରାଯାଉଛି କୋର୍ଟ
ଲକ୍‌ଡାଉନ୍ ହେବା ଦିନ ଠାରୁ ଗାନ୍ଧିଙ୍କ ପ୍ରତିମୂର୍ତ୍ତି ପଟୁ କୋର୍ଟ ଭିତରକୁ କାହାକୁ ଯିବାକୁ ଅନୁମତି ନାହିଁ । ଦେୱାନୀ ଅଦାଲତ ଓ ଫୌଜଦାରି ଅଦାଲତ ଯିବାକୁ ହେଲେ ମାତ୍ର ଗୋଟିଏ ଗେଟ୍ ଖୋଲା ରହିଛି । ସ୍ୱତନ୍ତ୍ର ପିପି ବ୍ରହ୍ମା କହିଛନ୍ତି, ଜିଲ୍ଲାଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ କୋର୍ଟର ଜଣେ କର୍ମଚାରୀ ଠିଆ ହୋଇ ରହୁଛନ୍ତି । ଯିଏ ଯାଉଛି ତାକୁ ସ୍କ୍ରିନିଂ କରି ସାନିଟାଇଜର ଦିଆଯାଉଛି । ତା’ପରେ ସେ ବ୍ୟକ୍ତି ଭିତରକୁ ଯାଉଛି । ବିଏମ୍‌ସି ଓ ଦମକଳ କର୍ମଚାରୀମାନେ ମଝିରେ ମଝିରେ କୋର୍ଟକୁ ସାନିଟାଇଜ୍ କରୁଛନ୍ତି ।
ପଡ଼ି ରହିଛି ଲକ୍ଷ ଲକ୍ଷ ମାମଲା
ଓଡ଼ିଶାର ବିଭିନ୍ନ କୋର୍ଟରେ ପଡ଼ି ରହିଛି ଲକ୍ଷ ଲକ୍ଷ ମାମଲା । ରିପୋର୍ଟ କହୁଛି, ୩୦ଟି ଜିଲ୍ଲାରେ ୧୪ ଲକ୍ଷ ୮୫ ହଜାର ୧୧୭ଟି ମାମଲା ପଡ଼ି ରହିଛି । ସେଥିରୁ ୧୧ଲକ୍ଷ ୧୧ହଜାର ୪୬୫ ଟି ଅପରାଧିକ (କ୍ରିମିନାଲ) ମାମଲା ଥିବା ବେଳେ ୩ଲକ୍ଷ ୭୩ ହଜାର ୬୫୨ଟି ସିଭିଲ୍ ମାମଲା ପଡ଼ି ରହିଛି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୦ ହଜାର ୧୧୯ଟି ସିଭିଲ୍ ମାମଲା ଓ ୧ଲକ୍ଷ ୯ ହଜାର ୨୯୭ ଟି ଅପରାଧିକ ମାମଲା ବିଚାରାଧୀନ ରହିଛି ।
ଆଇନ୍‌ଜୀବୀଙ୍କ ମତ: ସରକାରଙ୍କ ଗୁରୁତ୍ୱ ଲାଗି ଦାବି
ଦେହଜୀବୀଙ୍କୁ ଦେଉଛ । ଯିଏ କେଜିଏ ସୁନା ବେକରେ ପକାଇ ବୁଲୁଛି ତାକୁ ଦେଉଛ….. –ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଦାଶ
କୁଆଡ଼େ ଗଲା ବାର୍ କାଉନ୍‌ସିଲ୍ ଆଶ୍ୱାସନା……… – ବରିଷ୍ଠ ଆଇନଜୀବୀ ବନ ମହାନ୍ତି
ସରକାର କିଛି ବ୍ୟବସ୍ଥା କରି ନାହାନ୍ତି………. -ଆଇନଜୀବୀ ରାଜ କିଶୋର ଦାସ
ଆମେ ବିପଦରେ……… -ଆଇନଜୀବୀ ତାପସ ରଞ୍ଜନ ଦାସ
ସମୂହ ଟେଷ୍ଟ କରାଯାଉ……… -ଆଇନଜୀବୀ ଭାଗ୍ୟବତୀ ରାଉତରାୟ
ସଂଘର୍ଷ କରୁଛନ୍ତି ଯୁବ ଆଇନଜୀବୀ………. – ଯୁବ ଆଇନଜୀବୀ ବିପିନ ବଳିୟାର ସିଂହ
ନୂଆ ପିଲାଙ୍କ ଅବସ୍ଥା ଖରାପ……….. -ଆଇନଜୀବୀ ଅଶୋକ ରାଜ
ଟଙ୍କାଟିଏ ରୋଜଗାର ନାହିଁ……….. -ଆଇନଜୀବୀ ଅକ୍ଷୟ କୁମାର ଜେନା

LEAVE A REPLY

Please enter your comment!
Please enter your name here