ଦେଶରେ ୨୪ ଘଣ୍ଟା ମଧ୍ୟରେ ନୂଆ ୪୯,୮୮୧ କରୋନା ଆକ୍ରାନ୍ତ ଚିହ୍ନଟ ୮୦ ଲକ୍ଷ ପାର୍‌ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

0
36

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ ନୂଆ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୪୯ ହଜାର ୮୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା। ୮୦ ଲକ୍ଷ ପାର୍‌ ହୋଇଛି। ଦେଶରେ ‌ଏବେ ସୁଦ୍ଧା ୮୦ ଲକ୍ଷ ୪୦ ହଜାର ୨୦୩ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି କରୋନାରେ ୫୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୫୧୭ ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୭ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here