ଦେଶରେ ୨୦୦ ପହଞ୍ଚିଲା କୋରୋନା ରୋଗୀଙ୍କ ସଂଖ୍ୟା

0
569
bbm
bbm

ନୂଆଦିଲ୍ଲୀ:  ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗଛି କୋରୋନା ।ଦେଶରେ ରୋଗୀଙ୍କ ସଂଖ୍ୟା 200ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଲକ୍ଷ୍ନୌର କେଜିଏମୟୁରେ 9 ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ 5 ପଜେଟିଭ୍‌ ନୂଆ ମାମଲା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ଦେଶରେ କୋରୋନାରେ 4 ଜଣଙ୍କ ମୃତ୍ୟୁ ହୋଇସାରିଛି । ଦ୍ରୁତ ଗତିରେ ବଢୁଥିବା  କୋରୋନା ଭୂତାଣୁ  ସହ ମୁକାବିଲା କରିବା ପାଇଁ ଦୃଢ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  22 ମାର୍ଚ୍ଚରେ ସକାଳ 7ରୁ  ରାତି 9ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ପାଳନ କରାଯିବା ନେଇ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତିି ।

LEAVE A REPLY

Please enter your comment!
Please enter your name here