ଦେଶରେ ୧ କୋଟି ଟପିଲା କରୋନା ସଂକ୍ରମିତ l

0
67

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୧୯/୧୨):- ଗତ ୨୪ ଘଣ୍ଟା ମଧ୍ୟରେ ୨୫,୧୫୩ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୩୨୩ ଦିନ ମଧ୍ୟରେ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ଟପିଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୫,୧୫୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୩୪୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୫, ୧୩୬ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୦୪,୫୯୯ରେ ପହଞ୍ଚିଛି। ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୧,୦୮୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୫, ୫୦, ୭୧୨। ଏହାଛଡ଼ା, ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୦୮୭୫୧।

ସ୍ୱାସ୍ଥ୍ୟମନ୍ତ୍ରାଳୟ କହିବା ଅନୁସାରେ, ମେ ମାସରେ ଦେଶରେ ସୁସ୍ଥତାସଂଖ୍ୟା ୫୦ ହଜାର ଥିବା ବେଳେ ଡିସେମ୍ବର ମାସରେ ୯୫ ଲକ୍ଷ ଟପିଯାଇଛି। ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ଠାରୁ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୦ଗୁଣ ଅଧିକ। ଏବେ ସମୁଦାୟ ସଂକ୍ରମଣ ସଂଖ୍ୟାର ୩.୧୫%।

‘ଆଇସିଏମ୍‌ଆର୍‌’ କହିଛି ଯେ, ଡିସେମ୍ବର ୧୮ ତାରିଖ ସୁଦ୍ଧା ୧୬,୦୦,୯୦,୫୧୪ ନମୁନା ପରୀକ୍ଷା କରାଯାଇଛି। ଡିସେମ୍ବର ୧୮ ତାରିଖ ଦିନ ୧୧, ୭୧, ୮୬୮ ନମୁନା ପରୀକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here