ଦେଶରେ ପ୍ରଥମଥର ପାଇଁ ଖୋଲିଲା ମା’କ୍ଷୀର ଭଣ୍ଡାର

0
8

ଯୋଦ୍ଧପୁର: ରାଜସ୍ଥାନର ଯୋଦ୍ଧପୁରଠାରେ ଦେଶର ପ୍ରଥମ ମା’କ୍ଷୀର ଭଣ୍ଡାର ପ୍ରସ୍ତୁତ ହୋଇଛି । ଏଠାରୁ ସହରର ଆବଶ୍ୟକ ଥିବା ଶିଶୁମାନଙ୍କୁ ମା’କ୍ଷୀର ଯୋଗାଇ ଦିଆଯିବ। ସହରର ‘ନବଜୀବନ ସଂସ୍ଥାନ’ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଭଣ୍ଡାର ପ୍ରସ୍ତୁତ କରିଛି ।କେନ୍ଦ୍ର ସରକାରଙ୍କ ରିପୋର୍ଟ ମୁତାବକ ଦେଶରେ ପ୍ରତିବର୍ଷ ୧୦ ଲକ୍ଷ ଶିଶୁ ମା’କ୍ଷୀର ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଆବଶ୍ୟକ ବେଳେ ରୋଗରେ ପଡିଥିବା ଶିଶୁମାନଙ୍କୁ ଯଦି ମା’କ୍ଷୀର ଯୋଗାଇ ଦିଆଯାଇପାରିବ ତେବେ ସେମାନଙ୍କ ମୃତ୍ୟୁ ସମ୍ଭାବନାକୁ ୬ ଗୁଣା କମାଇ ଦିଆଯାଇପାରିବ ବୋଲି ଏକ ମେଡିକାଲ ରିପୋର୍ଟରେ ପ୍ରକାଶିତ ।

‘ନବଜୀବନ ସଂସ୍ଥାନ’ ପକ୍ଷରୁ କୁହାଯାଇଛି କି ଏହି ଭଣ୍ଡାରକୁ ମା’ ମାନେ ସେମାନଙ୍କ କ୍ଷୀର ଦାନକରି ପାରିବେ । ଏଥିପାଇଁ ସଂସ୍ଥାନ ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ଯାହାକି ମା’ ମାନଙ୍କର ଘରକୁ ଯାଇ କ୍ଷୀର ସଂଗ୍ରହ କରିବ । ଏହି କ୍ଷୀର ଭଣ୍ଡାରକୁ ସେହି ମା’ମାନେ କ୍ଷୀର ଦାନ କରିପାରିବେ, ଯେଉଁମାନଙ୍କ ଶିଶୁ ରୋଗରେ ପୀଡିତ କିମ୍ବା ସେମାନଙ୍କର ମୃତ ଶିଶୁ ଜନ୍ମ ଦେଇଛନ୍ତି ।କହିରଖୁ କି ଅପରିପକ୍ୱତା, ବିନା ମା’ରେ ନବଜାତ, ରୋଗୀଣା ମା’ର ଶିଶୁ, ଏଚଆଇଭି ପୀଡ଼ିତ ମା’ର ଶିଶୁ ଓ ଅନାଥାଶ୍ରମର ଶିଶୁମାନଙ୍କୁ ମା’ କ୍ଷୀର ଭଣ୍ଡାର ପକ୍ଷରୁ କ୍ଷୀର ଯୋଗାଇ ଦିଆଯିବ । ଡାକ୍ତରମାନଙ୍କ କହିବା ମୁତାବକ ମା’କ୍ଷୀର ଦ୍ୱାରା ଶିଶୁର ମାନସିକ ଓ ଶାରୀରିକ ବିକାଶ ହୋଇଥାଏ । ଏହାସହ ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ।

LEAVE A REPLY

Please enter your comment!
Please enter your name here