ଦେଶରେ ଗତ 24 ଘଣ୍ଟାରେ ସର୍ବାଧିକ 1074 ଜଣ ସୁସ୍ଥ- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

0
294
hbgt
fgygjhb

ନୂଆଦିଲ୍ଲୀ : ଦେଶରେ କୋରୋନା ସଂକ୍ରମଣ ସ୍ଥିତି ନେଇ ଆଜିର ପ୍ରେସ ବାର୍ତ୍ତାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ 11,706 ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଗତ 24 ଘଣ୍ଟା ମଧ୍ୟର ସର୍ବାଧିକ 1074 ଜଣ ଲୋକ ସଂକ୍ରମଣରୁ ଭଲ ହୋଇଥିବା ସେ କହିଛନ୍ତି। ସେହିପରି ବର୍ତ୍ତମାନ ଦେଶର ସଂକ୍ରମଣରୁ ଅରୋଗ୍ୟ ହାର 27.52% କୁ ବୃଦ୍ଧି ହୋଇଛି। ଅନ୍ୟପଟେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 2,553 ଜଣ COVID-19ରେ ସଂକ୍ରମଣ ହୋଇଛନ୍ତି। ଯାହା ସମୁଦାୟ ମାମଲା ସଂଖ୍ୟା 42,533କୁ ବୃଦ୍ଧି କରିଛି । ଦେଶରେ ଏବେ ମୋଟ 29,453 ଟି ସକ୍ରିୟ ମାମଲା ରହିଥିବା ସେ କହିଛନ୍ତି। ତେବ ବର୍ତ୍ତମାନ ସୁଦ୍ଧା ଦେଶର 112ଟି ଆକାଂକ୍ଷା ବା ପଛୁଆ ଜିଲ୍ଲାରେ ପ୍ରାୟ 610ଟି COVID19 ମାମଲା ଚିହ୍ନଟ ହୋଇଛି। ଯାହା ଜାତୀୟ ସ୍ତରର ହାରରୁ 2% ରୁ କମ୍ | ଏଥି ମଧ୍ୟରୁ 6ଟି ଜିଲ୍ଲାରେ ସଂକ୍ରମଣ ମାମଲା ଏପ୍ରିଲ୍ 21 ପରେ ରିପୋର୍ଟ ହୋଇଛି ବୋଲି Covid 19 ସଶକ୍ତୀକରଣ ଗ୍ରୁପ6ର ଚେୟାରମ୍ୟାନ୍ ଅମିତାଭ କାଣ୍ଟ କହିଛନ୍ତି। ସରକାର ଲଗାତର ଭାବେ ଏହି ଜିଲ୍ଲା ଗୁଡିକ ଉପରେ ନଜର ରଖିଛନ୍ତି।

ଶ୍ରମିକଙ୍କ ରେଳ ଟିକେଟ ନେଇ ସୋନିଆ ଗାନ୍ଧିଙ୍କ ଘୋଷଣା ପ୍ରସଙ୍ଗରେ ଲବ ଅଗ୍ରୱାଲ କହିଛନ୍ତି ଯେ, ରାଜ୍ୟ ସରକାର ଓ ରେଲୱେ ମଧ୍ୟରେ ଆଲୋଚନା ମୁତାବକ ସ୍ୱତନ୍ତ୍ର ଟ୍ରେନ ପାଇଁ ଉଭୟ ଖର୍ଚ୍ଚ ବହନ କରିବେ, ଗସ୍ତ ଖର୍ଚ୍ଚରୁ ରେଲୱେ ୮୫% ଓ ରାଜ୍ୟ ସରକାର ୧୫% ଦେବେ, ଏହି ଭାଗିଦାରୀ ଅନୁସାରେ ସ୍ୱତନ୍ତ୍ର ଟ୍ରେନରେ ଶ୍ରମିକଙ୍କୁ ନିଆଯାଉଛି । ଆନ୍ତରାଜ୍ୟ କାର୍ଗୋ ଯୋଗଣରେ କୌଣସି ସମସ୍ୟା ନହେବାକୁ MHA ରାଜ୍ୟମାନଙ୍କୁ କହିଛନ୍ତି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ କଣ୍ଟ୍ରୋଲ୍ ରୁମ୍ ନମ୍ବର ଜାରି କରାଯାଇଛି। 1930 ଏବଂ NHAI ହେଲ୍ପଲାଇନ ନମ୍ବର 1033 ରେ ଡ୍ରାଇଭର / ପରିବହନକାରୀ ବ୍ୟବହାର କରିବେ। ଲକଡାଉନ୍ ସମ୍ବନ୍ଧୀୟ କୌଣସି ଅଭିଯୋଗ ଦାଖଲ ପାଇଁ ଏହା ବ୍ୟବହାର କରିବାକୁ MHA ଯୁଗ୍ମ ସଚିବ ପୁଣିଆ ସାଲିଲା ଶ୍ରୀବାସ୍ତବ କହିଛନ୍ତି।

LEAVE A REPLY

Please enter your comment!
Please enter your name here