ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬,୪୬୯ ନୂଆ ଆକ୍ରାନ୍ତ ଚିହ୍ନଟ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

0
76

ନୂଆଦିଲ୍ଲୀ: ଧୀରେ ଧୀରେ କମ୍‌ ହେବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୬ ହଜାର ୪୬୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୯ ଲକ୍ଷ ୪୬ ହଜାର ୪୨୯ ଛୁଇଁଛି।ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪୮୮ ଜଣଙ୍କ ମୃତ୍ୟୁ ଘଟି କରୋନା ଜନିତ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨ ଛୁଇଁଛି। ଏବେ ସୁଦ୍ଧା ଦେଶରେ ୭୨ ଲକ୍ଷ ଏକ ହଜାର ୭୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୫ ହଜାର ୮୫୭ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୬୩ ହଜାର ୮୪୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here