ଦୁଇ ସପ୍ତାହ ଗୁରୁତ୍ଵପୂର୍ଣ୍ଣ: ବାଗଚୀ

0
531
HGT
GFS

ଭୁବନେଶ୍ୱର: ଆସନ୍ତା ଦୁଇ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବାଗଚୀ । ଦେଶ, ରାଜ୍ୟ ଆଜି କଷ୍ଟକର ସ୍ଥିତି ଦୋଇ ଗତି କରୁଛି । କିଛି ଦାୟିତ୍ୱହୀନ ବ୍ୟକ୍ତି ଗୁଜବ ସୃଷ୍ଟି କରୁଛନ୍ତି । ଗୁଜବ ଅନୁସାରେ 15ଜ ଜଣ ପଜିଟିଭ୍‌  । ଏହିଭଳି ଗୁଜବ ଏକ ଘୃଣ୍ୟ ବ୍ୟାପାର । ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବାଗଚୀ । କୋରୋନା ମାନବ ଜାତି ପାଇଁ କ୍ଷତିକାରକ ସାଜିଛି । ରୋଗ ସଂକ୍ରମିତଙ୍କ ପ୍ରତି ଆମର ବ୍ୟବହାର ଅତ୍ୟନ୍ତ ଭଲ ରହିବା ଦରକାର । ଆମକୁ ରୋଗୀର ନୁହେଁ ରୋଗର ପ୍ରତିକାର କରିବାର ଅଛି । ତାଙ୍କର କିମ୍ବା ତାଙ୍କର ପରିବାର ପ୍ରତି କୌଣସି ଖରାପ ବ୍ୟବହାର କରିବା ଉଚିତ ନୁହେଁ । ଏହାଦ୍ୱାରା ସନ୍ଦିଗ୍ଧ ବ୍ୟକ୍ତି ସୁପର ସ୍ପ୍ରେଡର ହେବ  ।ସାହାଯ୍ୟ ଏବଂ ସମବେଦନା ଦେବା ଆବଶ୍ୟକ ବୋଲି କହିଛନ୍ତି ବାଗଚୀ ।

 

LEAVE A REPLY

Please enter your comment!
Please enter your name here