ଦିଲ୍ଲୀ ହିଂସାକାଣ୍ଡ, ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି

0
540
rrrr
rrrr

ନୂଆଦିଲ୍ଲୀ : CAAକୁ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଥମିବାର ନାମ ନେଉ ନାହିଁ। ବିଦ୍ରୋହୀଙ୍କ ତାଣ୍ଡବ ଲୀଳାରେ ବେହାଲ ଉତ୍ତର-ପୂର୍ବ ଦିଲ୍ଲୀ। ଏପରିକି ଉତ୍ତର-ପୂର୍ବ ଦିଲ୍ଲୀର ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରୁ ଏଠାରେ ଏକ ମାସ ଯାଏଁ ୧୪୪ ଧାରା ଲାଗୁ କରାଯାଇଛି। ହିଂସାକାଣ୍ଡ ହେଉଥିବା ୪ଟି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି। ନର୍ଥ-ଇଷ୍ଟ ଦିଲ୍ଲୀରେ ହେଉଥିବା ହିଂସାକାଣ୍ଡରେ ଏଯାଏଁ ୧୦ ଜଣ ଲୋକଙ୍କ ପ୍ରାଣ ଗଲାଣି। ମୃତକଙ୍କ ମଧ୍ୟରେ ଜଣେ ହେଡ୍ କନେଷ୍ଟବଳ ଅଛନ୍ତି। କେବଳ ସେତିକି ନୁହେଁ ୨ ଆଇପିଏସ୍ ଅଧିକାରୀଙ୍କ ସମେତ ୫୬ ପୁଲିସକର୍ମୀ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡରେ ୧୫୦ ଜଣ ଲୋକ ଆହତ ହୋଇଛନ୍ତି। ଏନେଇ ଦିଲ୍ଲୀ ପୁଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ଲୋକମାନଙ୍କୁ ଶାନ୍ତି ରକ୍ଷା କରିବାକୁ ଅପିଲ କରିଛନ୍ତି। କମିଶନର କହିଛନ୍ତି ଯେ, ଆମ ନିକଟରେ ପର୍ଯ୍ୟାପ୍ତ ସୁରକ୍ଷାବାହିନୀ ରହିଛି। ସ୍ଥିତି ଉପରେ ଖୁବ୍ ଶୀଘ୍ର ନିୟନ୍ତ୍ରଣ କରାଯିବ।

LEAVE A REPLY

Please enter your comment!
Please enter your name here