ଓଡ଼ିଶା ହାଇକୋର୍ଟର ବିଚାରପତି ହେଲେ ସଞ୍ଜୀବ ପାଣିଗ୍ରାହୀ

0
560
ABC
ABC

ସଞ୍ଜୀବ ପାଣିଗ୍ରାହୀ ହେଲେ ଓଡ଼ିଶା ହାଇକୋର୍ଟର ବିଚାରପତି । ସଞ୍ଜୀବ ପାଣିଗ୍ରାହୀଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି । ଏନେଇ ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି । ସଞ୍ଜୀବ ଏବେ ସୁପ୍ରିମକୋର୍ଟରେ ଆଇନଜୀବୀ ଅଛନ୍ତି । ସଞ୍ଜୀବଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟର ଜଜ୍ ସଂଖ୍ୟା ୧୫ ହେବ ବୋଲି ଜଣାପଡିଛି । ସୂଚନାନୂସାରେ ବଲାଙ୍ଗୀରର ସଞ୍ଜୀବ ପାଣିଗ୍ରାହୀ ବେଙ୍ଗାଲୁରୁରୁ ଏଲଏଲଏମ୍ ଡିଗ୍ରୀ ହାସଲ କରିଛନ୍ତି । ୧୫ବର୍ଷ ହେବ ସୁପ୍ରିମକୋର୍ଟରେ ଆଇନ୍‌ଜୀବୀ ଭାବେ କାର୍ଯ୍ୟରତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here