ଥର୍ମାଲ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ

0
399

ଚେନ୍ନାଇ, ଆଚିଭର୍ସ ନ୍ୟୁଜ୍‌, ୧/୦୭ (ବ୍ୟୁରୋ)- ତାମିଲନାଡ଼ୁର କୁଡ୍ଡାଲୋର ଜିଲ୍ଲାରେ ଆଜି ଏକ ଥର୍ମାଲ ପାୱାର ପ୍ଲାଣ୍ଟରେ ବଡଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ପ୍ରାୟ ୪ ଜଣଙ୍କର ମୃତ୍ୟୁ ଘଟିଛି। ୧୩ ଜଣ ଆହତ ହୋଇଛନ୍ତି।

ରାଜଧାନୀ ଚେନ୍ନାଇଠାରୁ ପ୍ରାୟ ୧୮୦ କିମି ଦୂରରେ କୁଡ୍ଡାଲୋରରେ ରହିଛି ଏନଏଲସି ଇଣ୍ଡିଆ ଲିମିଟେଡ୍‌ର ଏହି ପାୱାର ପ୍ଲାଣ୍ଟ। ହଠାତ୍‌ ଆଜି ଏହି କାରଖାନାରେ ବିସ୍ଫୋରଣ ହୋଇଥିଲା।

ପ୍ଲାଣ୍ଟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବଏଲର ଚାଲୁ ନ ଥିଲା। ଘଟଣାର ଯାଞ୍ଚ ଚାଲିଛି। ଦୁଇ ମାସ ମଧ୍ୟରେ ପାୱାର ପ୍ଲାଣ୍ଟରେ ଏହା ୨ୟ ବିସ୍ଫୋରଣ। ପ୍ରଥମ ବିସ୍ଫୋରଣରେ ମେ’ ମାସରେ ହୋଇଥିଲା ଏବଂ ଏଥିରେ ୮ ଜଣ ଶ୍ରମିକ ଜଳି ଯାଇଥିଲେ।କମ୍ପାନୀ ୨,୯୪୦ ମେଗାୱାଟ ବିଜୁଳି ଉତ୍ପାଦନ କରୁଥିଲା। ଯେଉଁ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିଲା, ସେଥିରେ ୪୭୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିଲା।

LEAVE A REPLY

Please enter your comment!
Please enter your name here