ତୃତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହେଲା ଭାରତ l

0
1224

ଆଚିଭର୍ସ ନ୍ୟୁଜ୍ ୦୬/୦୯(ବ୍ୟୁରୋ)- ଗତ ମାର୍ଚ୍ଚ ମାସରୁ ଦେଶରେ ଆରମ୍ଭ ହୋଇଥିବା କରୋନା ମାହାମାରୀ ଏବେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଅଧିକରୁ ଅଧିକ ଲୋକଙ୍କୁ କବଳିତ କରିଛି କରୋନା। ଆରମ୍ଭରୁ ବହୁ ପଛରେ ଥିବା ଭାରତ ଏବେ ବିଶ୍ବରେ ତୃତୀୟ ସର୍ବାଧିକ ସଂକ୍ରମିତ ରାଷ୍ଟ୍ରରେ ପରିଣତ ହୋଇଛି। ଆଜି ୨୪ଘଣ୍ଟାରେ ୯୦,୬୩୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ତୃତୀୟ ସ୍ଥାନରେ ରହିଛି ଭାରତ। ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ଏବେ ୪୧,୧୩,୮୧୧ରେ ପହଞ୍ଚିଛି। ତୃତୀୟ ସ୍ଥାନରେ ଭାରତ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ବ୍ରାଜିଲ ଏବଂ ପ୍ରଥମ ସ୍ଥାନରେ ଆମେରିକା ରହିଛି।

LEAVE A REPLY

Please enter your comment!
Please enter your name here