ତୃତୀୟ ବିବାହ ପଡିଲା ମହଙ୍ଗା, ବାହାବେଦୀରୁ ବରକୁ ଉଠାଇ ନେଲା ପୋଲିସ

0
599
hy
hfr

ଖୋର୍ଦ୍ଧା:  ବାହାବେଦୀରୁ ବରକୁ ଉଠାଇ ନେଲା ପୋଲିସ । ତୃତୀୟ ବିବାହ କରିବା ସମୟରେ ବରକୁ ଉଠାଇ ନେଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବୋଲଗଡ ଅଞ୍ଚଳରେ । ଯୁବକ ଜଣଙ୍କ ପୂର୍ବରୁ ଦୁଇଟି ବିବାହ କରିଥିଲାବେଳେ ଏହା ତାଙ୍କର ତୃତୀୟ ବିବାହ ଥିଲା । ମାତ୍ର କୌଣସି ସୂତ୍ରରୁ ଖବର ପାଇ ଧଳାପଥର ଫାଣ୍ଡି ପୋଲିସ ଠିକ ସମୟରେ ପହଞ୍ଚି ଯୁବକଙ୍କ ପ୍ଲାନିଂକୁ ଭଣ୍ଡୁର କରିଛି । ବୋଲଗଡ ଥାନା ଅଧିନସ୍ଥ ମାଗୁରା ଗାଁର ଏହି ଯୁବକ ଫତେଗଡ ଅଞ୍ଚଳର ଯୁବତୀଙ୍କୁ ଧବଳେଶ୍ୱର ପୀଠରେ ବିବାହ କରିବାକୁ ଯାଉଥିଲେ । ଏହି ସମୟରେ ଦ୍ୱିତୀୟ ପତ୍ନୀ ଲୋପାମୁଦ୍ରା ପରିଡାଙ୍କ ଅଭିଯୋଗକ୍ରମେ ପୋଲିସ ଚଢାଉ କରିଥିଲା । ଅଭିଯୁକ୍ତ ବର ଶିବପ୍ରସାଦ ମଙ୍ଗରାଜକୁ ପୋଲିସ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here