ତୃତୀୟ ଟେଷ୍ଟ ଖେଳିବେ ରୋହିତ ଶର୍ମା

0
57

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ ୨୯।୧୨ :ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଛି । କିନ୍ତୁ ଦଳକୁ ଏଯାଏଁ ମଜବୁତ ଓପନିଂ ଯୋଡି ମିଳିପାରି ନାହିଁ । ତୃତୀୟ ଟେଷ୍ଟ ପୂର୍ବରୁ ଦଳ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଡିସେମ୍ବର ୩୦ରେ ଭାରତୀୟ ଦଳ ସହ ସାମିଲ ହେବେ । ଆଇପିଏଲରେ ଆହତ ହୋଇଥିବା ରୋହିତ ଏନସିଏରେ ଫିଟନେସ୍ ଟେଷ୍ଟ ଦେଇଥିଲେ । ପରେ ସେ ଗତ ୧୬ ତାରିଖରେ ଅଷ୍ଟ୍ରେଲିଆରେ ପହଁଚିଥିଲେ । ଏହାସହ ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ ।

ବିସିସିଆଇର ସୂତ୍ରାନୁସାରେ, ରୋହିତ ବୁଧବାର ମେଲବର୍ଣ୍ଣରେ ପହଁଚିବେ ଓ ଷ୍ଟାଡିୟମରେ ଖେଳାଳିଙ୍କ ସହ ଅଭ୍ୟାସ କରିବେ । ଏହାସହ ତୃତୀୟ ଟେଷ୍ଟ ମଧ୍ୟ ମେଲବର୍ଣ୍ଣରେ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । କାରଣ ତୃତୀୟ ମ୍ୟାଚ୍ ସିଡନୀରେ ଖେଳାଯାଇଥାନ୍ତା । କିନ୍ତୁ କରୋନା ମାମଲା ବଢିବା ପରେ ଏଥିରେ ପରିବର୍ତ୍ତନ କରାଯାଇଛି ।

ପ୍ରଥମ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରଓ୍ୱାଲ ଓ ପୃଥ୍ୱୀ ଶଙ୍କ ଓପନିଂ ଯୋଡି ଫ୍ଲପ୍ ହୋଇଥିଲା । ଉଭୟ ପାଳିରେ ପୃଥ୍ୱୀ ବୋଲ୍ଡ ହୋଇଥିଲେ । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ମୟଙ୍କ ଅଗ୍ରଓ୍ୱାଲ ସଅଳ ଆଉଟ ହୋଇଥିଲେ । ରୋହିତ ଶର୍ମା ଦଳରେ ସାମିଲ ହେବା ପରେ ଓପନିଂ ବିଭାଗ ଶକ୍ତିଶାଳୀ ହେବ ।

ସିଡନୀରେ କରୋନା ମାମଲା ପାଇଁ ତୃତୀୟ ଟେଷ୍ଟର ଆୟୋଜନ ମେଲବର୍ଣ୍ଣରେ ହେବ । ଜାନୁଆରୀ ୭ରୁ ୧୧ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ବିସିସିଆଇ ମଧ୍ୟ ରୋହିତଙ୍କୁ କ୍ୱାରେଣ୍ଟାଇନ ପୂରଣ ପାଇଁ ଅନୁମତି ଦେବାକୁ କ୍ରିକେଟ ଅଷ୍ଟ୍ରେଲିଆକୁ ଅନୁରୋଧ କରିଥିଲା ।

LEAVE A REPLY

Please enter your comment!
Please enter your name here