ତୁ ମୋ’ ସାହାରା ଯୋଜନା

0
417

କ୍ଷୀର କିଣିଲେ ମିଳିବ ବିଭିନ୍ନ ସେବା, ସୁବିଧା
କଟକ, ଆଚିଭର୍ସ ନ୍ୟୁଜ୍‌, ୨୨/୦୬ (ବ୍ୟୁରୋ)- କ୍ଷୀର କିଣି ମାସିକ ଗ୍ରାହକ ହେବେ । ‘ଡେଲିଭରି ବୟ’ ଘର ପାଖରେ ନେଇ ଦେଇ ଆସିବେ କ୍ଷୀର ପ୍ୟାକେଟ୍ । ଏ ବାବଦରେ ବଜାର ଦର ଯେତିକି ଠିକ୍ ସେତିକି ହିଁ ଦେବାକୁ ହେବ । ଏହାବାଦ୍ ଯଦି ଦରକାର ପଡେ, ଡେଲିଭରି ବୟଙ୍କ ଠାରୁ ଅନ୍ୟ ସେବା, ସୁବିଧା ମଧ୍ୟ ପାଇପାରିବେ । ବଜାରରୁ ପନିପରିବା, ଆଣିବା ହେଉ ଅବା ମାଛ ମାଂସ । ଏମିତିକି ଇଲେକ୍‌ଟ୍ରିକ୍ ବିଲ୍ ପୈଠ, ତେଜାରାତି ସାମଗ୍ରୀ କିଣା, ଔଷଧ ଆଣବା ସହ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଯଦି କିଛଇ ଜରୁରୀ କାମ ଥାଏ ତାହା ମଧ୍ୟ ବରାଦ କରିପାରିବେ । ଏବାବଦରେ ଗ୍ରାହକ ବା ସୁବିଧା ହାସଲକାରୀଙ୍କୁ କିଛି ନିର୍ଦ୍ଦିଷ୍ଟ ପାରିଶ୍ରମିକ ଦେବାକୁ ହେବ । ଏଭଳି ଏକ ନିଆରା ଯୋଜନା ହାତକୁ ନେଇଛି କଟକ ଜିଲ୍ଲା ପ୍ରଶାସନ, ଯାହାର ନାଁ ରହିଛି ‘ତୁ ମୋ’ ସାହାରା’ ।

LEAVE A REPLY

Please enter your comment!
Please enter your name here