ଡାକ୍ତରଙ୍କ ଅଢେଇ ବର୍ଷର ଶିଶୁକୁ କରୋନା

0
557
rea
CORONA BABY

ଲକ୍ଷ୍ନୌ: କାନାଡାରୁ ଆସିଥିବା ଜଣେ ମହିଳା ଡାକ୍ତରଙ୍କ ଅଢେଇ ବର୍ଷର ଶିଶୁ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାପରେ ଶିଶୁଟିକୁ କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି(କେଜିଏମ୍‌ୟୁ) ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ଲକ୍ଷ୍ନୌର ସିଭିଲ ହସ୍ପିଟାଲରେ କ୍ୱାରାଣ୍ଟାଇନ କରାଯାଇଥିବା ମହିଳା ଡାକ୍ତରଙ୍କ ଶାଶୁ-ଶ୍ୱଶୁର ମଧ୍ୟ କରୋନାରେ ପୀଡ଼ିତ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, କାନାଡାର ଟରଣ୍ଟୋ ସହରରେ ରହୁଥିବା ଉକ୍ତ ମହିଳା ଡାକ୍ତର ସ୍ୱାମୀଙ୍କ ସହ ମାର୍ଚ୍ଚ ୮ରେ ଗୋମତିନଗର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ପ୍ରଥମେ ତାଙ୍କ ନିକଟରେ କରୋନାର ଲକ୍ଷଣ ଦେଖାଦେବାରୁ ତାଙ୍କୁ କେଜିଏମ୍‌ୟୁରେ ଭର୍ତ୍ତି କରାଯାଇଥିଲା । ଗତ କିଛି ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ୧୬ ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୩ଶହ ଛୁଇଁଛି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here