ଟ୍ରମ୍ପଙ୍କ ଭାଷଣରେ ବଲିଉଡ୍‌

0
491
GHFAT
HFDBCF

ଅହମଦାବାଦ:୨ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁଜରାଟର ଅହମଦାବାଦରେ ଥିବା ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’କାର୍ଯ୍ୟକ୍ରମରେ ସେ ଯୋଗଦେଇଛନ୍ତି। ଏହି ସମୟରେ ସେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେବା ବେଳେ ବଲିଉଡ୍‌ର ଖୁବ୍‌ ପ୍ରଶଂସା କରିଛନ୍ତି। ଅମିତାଭ ବଚ୍ଚନଙ୍କ ଅଭିନୀତ ‘ସୋଲେ’ ଓ ଶାହାରୁଖ-କାଜଲଙ୍କ ଅଭିନୀତ ଫିଲ୍ମ ‘ଦିଲଓ୍ବାଲେ ଦୁଲହନିୟା ଲେ ଯାଏଙ୍ଗେ’ର କଥା କହିଛନ୍ତି। ସେ କହିଛନ୍ତି ଭାରତୀୟ ସିନେମାର ଆକାର ବହୁତ ବଡ। ଏଠାରେ ପ୍ରତିବର୍ଷ ପାଖାପାଖି ୨ ହଜାର ଫିଲ୍ମ ନିର୍ମାଣ କରାଯାଇଥାଏ। ଏଠାକାର ଫିଲ୍ମରେ ଭାଙ୍ଗଡା ଡ୍ୟାନ୍ସ ଓ ମ୍ୟୁଜିକ ଖୁବ୍‌ ସୁନ୍ଦର ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଭାରତ ସଚ୍ଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ବିଶ୍ୱକୁ ଭେଟି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here