ଟ୍ବିଟ୍‌ କରି ସୂଚନା ଦେଲେ ଅଭିନେତ୍ରୀ ପୂଜା ଭଟ୍ଟ ଆରପାରିରେ ବଲିଉଡ୍‌ ଅଭିନେତା ଫରାଜ ଖାନ୍

0
127

ମୁମ୍ବାଇ: ‘ଫରେବ’ ଓ ‘ମେହେନ୍ଦୀ’ ଭଳି ଲୋକପ୍ରିୟ ଛବିରେ ଅଭିନୟ କରିଥିବା ୯୦ ଦଶକର ବଲିଉଡ୍‌ ଅଭିନେତା ଫରାଜ ଖାନଙ୍କର ବୁଧବାର ଦେହାନ୍ତ ଘଟିଛି। ପୂର୍ବରୁ ସେ ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିଲେ। ତାଙ୍କ ମୃତ୍ୟୁ ଖବର ଟ୍ବିଟର୍‌ରେ ପ୍ରକାଶ ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ କିଛି ଦିନ ହେଲା ଅସୁସ୍ଥ ଥିବା ହେତୁ ଚିକିତ୍ସିତ ହେଉଥିଲେ ବୋଲି ସୂଚନା ରହିଛି।

ଅଭିନେତା ଫରାଜ ଖାନଙ୍କ ମୃତ୍ୟୁ ଖବରକୁ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି ଅଭିନେତ୍ରୀ ପୂଜା ଭଟ୍ଟ। ସେ ପୋଷ୍ଟ୍‌ କରି ଲେଖିଛନ୍ତି ଯେ ଫରାଜ ଖାନ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ପୂଜା ଏହି ଖବରଟିକୁ ଅତ୍ୟନ୍ତ ଦୁଃଖର ସହ ସେୟାର୍‌ କରିଛନ୍ତି। ଫରାଜ ଖାନଙ୍କ ଶୂନ୍ୟସ୍ଥାନ ଆଉ କେହି ପୂରଣ କରିପାରିବେ ନାହିଁ ବୋଲି ସେ ଟ୍ବିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here