ଜୁଲାଇ ୩୧ ଯାଏ ଲକଡାଉନ୍ ବଢ଼ାଇଲା ମହାରାଷ୍ଟ୍ର

0
435

ମୁମ୍ବାଇ, ଆଚିଭର୍ସ ନ୍ୟୁଜ୍‌, ୨୯/୦୬ (ବ୍ୟୁରୋ)- ଭାରତରେ କରୋନା ଭାଇରସର ସଂକ୍ରମଣ ଲଗାତର ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୫ଲକ୍ଷ ୪୮ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବା ବେଳେ ୧୬,୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଏହି ରାଜ୍ୟରେ ଲକଡାଉନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ତେବେ ଲକଡାଉନ୍ ସମୟରେ ରାଜ୍ୟରେ ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିବ।

ମହାରାଷ୍ଟ୍ରରେ କରୋନା ଭାଇରସର ମାମଲା ମଧ୍ୟ ଥମିବାର ନାଁ ନେଉନାହିଁ। ଲଗାତର ପଜିଟିଭ୍ ଆକ୍ରାନ୍ତ ବଢ଼ୁଥିବାର ଦେଖି ଉଦ୍ଧବ ଠାକରେ ତିନି ମହାରାଷ୍ଟ୍ର ଅଗାଡ଼ି ସରକାର ଲକଡାଉନକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ରବିବାର ଠାକରେ କହିଥିଲେ ଯେ ଜୁନ୍ ୩୦ ତାରିଖ ପରେ ମଧ୍ୟ ରାଜ୍ୟରେ କଟକଣା ଜାରି ରହିବ। ଠାକରେ କହିଥିଲେ, କରୋନା ଭାଇରସର ବିପଦ ଏବେବି ଟଳିନାହିଁ। ଅର୍ଥବ୍ୟବସ୍ଥାକୁ ପୁଣିଥରେ ଟ୍ରାକକୁ ଆଣିବା ପାଇଁ ଅନଲକ୍ ପ୍ରକ୍ରିୟାକୁ ଧୀରେ ଧୀରେ ଲାଗୁ କରାଯାଉଛି, ଯାହାକୁ ‘ମିଶନ୍ ବିଗିନ୍ ଏଗେନ୍’ ଆଖ୍ୟା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here