ଜାପାନୀ ତରବାରୀ ଦିଅ, ସ୍ତ୍ରୀଙ୍କୁ ଯୁଦ୍ଧରେ ପରାସ୍ତ କରି ଛାଡପତ୍ର ନେବି

0
475
SWORD FIGHT
SWORD FIGHT

ଆମେରିକାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପୂର୍ବରୁ ଏକ ଅଜବ ସର୍ତ୍ତ ରଖିଛନ୍ତି। ଛାଡପତ୍ର ପୂର୍ବରୁ କୋର୍ଟ ରୁମ୍‌ରେ ସେ ତାଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ ଚାହିଁଛନ୍ତି। ଡେଭିଡ ଅଷ୍ଟ୍ରମ୍‌ ନାମକ ଏହି ବ୍ୟକ୍ତି ଜଣଙ୍କ ଆମେରିକାର କେନସାସ ସହରରେ ରୁହନ୍ତି। ସେଲ୍ବି କାଉଣ୍ଟି କୋର୍ଟରେ ସ୍ତ୍ରୀ ବ୍ରିଗେଟ୍‌ ଅଷ୍ଟ୍ରମ ମଧ୍ୟରେ ଛାଡପତ୍ର ମାମଲା ଚାଲିଛି। କୋର୍ଟରେ ତାରଖ ଥିବାରୁ ଉଭୟ ସ୍ବାମୀସ୍ତ୍ରୀ ସେଠାରେ ପହଞ୍ଚିଥିଲେ। କୋର୍ଟରେ ଡେଭିଡ୍‌ ଏତେ ରାଗିଯାଇଥିଲେ ଯେ, ବିଚାରପତିଙ୍କୁ କହିଥିଲେ, ମୁଁ ମୋ ସ୍ତ୍ରୀଙ୍କ ସହ ଯୁଦ୍ଧ କରିବାକୁ ଚାହୁଁଛି। ତେଣୁ ମୋତେ ଏକ ଜାପାନୀ ତରବାରୀ ଦିଆଯାଉ। ଯେଉଁ ମହିଳା ମୋତେ କାଠଗଡାରେ ଛିଡା କରିଛନ୍ତି, ତାଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ ଚାହୁଁଛି ବୋଲି ଡେଭିଡ କହିଥିଲେ।

LEAVE A REPLY

Please enter your comment!
Please enter your name here