ଜାଣନ୍ତୁ.. କେଉଁଠୁ ଆସିଲା ‘କରୋନା’ ? ଏବଂ ବ୍ୟାପିବାର କାରଣ କ’ଣ ?

0
829
CORA
CAA

‘କରୋନା’ ଏବେ ଏହି ନାଁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଚୀନରେ ଏହି ‘କରୋନା’ ଭାଇରସ ଯୋଗୁଁ ୪୨୫ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏବଂ କିଛି ଲୋକ ମଧ୍ୟ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ହେଲେ ଏହି ‘କରୋନା’ ଚୀନରେ ଆଉ ସୀମିତ ହୋଇ ରହିନାହିଁ ବରଂ ଧୀରେଧୀରେ ସାରା ବିଶ୍ୱକୁ ବ୍ୟାପିଲାଣି । ଯାହାଫଳରେ ଆମ ଭାରତରେ ମଧ୍ୟ କିଛି ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହେଲେଣି । ତେବେ ଏ ‘କରୋନା’ କ’ଣ ? ଓ କେଉଁଠୁ ଆସିଲା ? ଆପଣ ଜାଣିଛନ୍ତି କି ? ତେବେ ଆସନ୍ତୁ ଜାଣିବା ଏହି କରୋନାର ଜନ୍ମ କେଉଁଠୁ ହୋଇଛି ?

VVVVVVV
VVVVV

ଚୀନର ଉହାନ ରେଡ ବଜାରରୁ ଆସିଛି ଏହି ଭାଇରସ୍ । ଯାହାକୁ ‘କରୋନା’ ବୋଲି କୁହାଯାଉଛି । ଏହି ମାର୍କେଟ୍‌ରେ ପ୍ରାୟତଃ ୧୧୨ ପ୍ରକାରର ଜୀବଜନ୍ତୁଙ୍କ ମାଂସ ବିକ୍ରି କରାଯାଏ । ଅନ୍ୟ ଦେଶ ପରି ଖାଲି ଛେଳି କି କୁକୁଡ଼ା ନୁହେଁ ବରଂ ସାପ, ଗଧ, ମାଙ୍କଡ଼, କୁମ୍ଭୀର, ଘୁଷୁରୀ, ମୂଷା, ଗାଈ, କୁକୁର, ଚେମିଣିଆ ପରି ଅନେକ ଜୀବଜନ୍ତୁଙ୍କୁୁୁ ମାରି ଏଠାରେ ବିକ୍ରି କରାଯାଏ । ଏବଂ ଚୀନ ଲୋକଙ୍କ ପାଇଁ ଏହି ବଜାର ବହୁତ ପସନ୍ଦ ଓ ଏହି ବଜାରରେ ଲାଗେ ବହୁ ଲୋକଙ୍କ ଗହଳି ।

KKKK
III

ଏବଂ ଏହି ସବୁ ମାଂସ ଖାଇବା ଦ୍ୱାରା ପଶୁ ପକ୍ଷୀଙ୍କ ଦେହରେ ଥିବା ଜର୍ମ ବା ଭୂତାଣୁ ମଣିଷଙ୍କ ଦେହକୁ ଆସି ‘କରୋନା’ ଭାଇରସ୍ ସୃଷ୍ଟି ହୋଇଥିବା କୁହାଯାଉଛି । ଅନ୍ୟପଟେ ଏହି ଭାଇରସ୍ ମାତ୍ରାଧିକ ବ୍ୟାପୁଥିବାରୁ ବର୍ତ୍ତମାନ ପାଇଁ ଏହି ବଜାରକୁ ବନ୍ଦ କରିଦିଆଯାଇଛି ।

LEAVE A REPLY

Please enter your comment!
Please enter your name here