ଜାଣନ୍ତୁ.. କ’ଣ ରହିଛି ଡଙ୍ଗାବୁଡ଼ି ପଛର କାରଣ ?

0
806
www
eeee

ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ଡଙ୍ଗା ମୃତ୍ୟୁ । ତେବେ ଏହା ପଛରେ କ’ଣ ସତ୍ୟାସତ୍ୟ ରହିଛି ତାହା ସମସ୍ତଙ୍କୁ ଅଗୋଚର । ତେବେ ଆସନ୍ତୁ ଦେଖିବା ଡଙ୍ଗା ବୁଡି ମୃତ୍ୟୁ ଉପରେ ଆମର ଏହି ବିଶେଷ ରିପୋର୍ଟ.

ମୃତ୍ୟୁ କେତେବେଳେ ଆସେ ସେ କଥା କାହାକୁ ଜଣା ନାହିଁ । ସେ ଦର୍ଶନୀୟ ସ୍ଥାନକୁ ଯାଉଥିବାବେଳେ ହେଉ ଅବା ପିକିନିକ୍‌ରେ ଥିବାବେଳେ । ସେ ପୁଣି ପର୍ବପର୍ବାଣୀରେ ମନ୍ଦିର ଦର୍ଶନ ପାଇଁ ନଦୀ ପାର ହୋଇ ଯାଉଥିବାବେଳେ ମୃତ୍ୟୁର କରାଳ ରୂପ ଭୟଭୀତ କରି ପକାଏ । ତେବେ ଡଙ୍ଗା ବୁଡିର କାରଣ କଣ ଏବଂ କେଉଁ କେଉଁ ଡଙ୍ଗା ବୁଡି ଓଡ଼ିଶାବାସୀଙ୍କୁ ଚକିତ କରିଛି ଆସନ୍ତୁ ଜାଣିବା ।

ttt
hhh

୨୦୧୪ ମସିହା ଫେବ୍ରୁଆରୀ ୯ ତାରିଖରେ ହୀରାକୁଦ ଡ୍ୟାମର ଡଙ୍ଗା ବୁଡି ଘଟଣା ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଥିଲା ତାଠୁ ବଳି ଯାଇଥିଲା ମୃତକଙ୍କ ପରିବାରର କରୁଣ ଚିତ୍ର । ଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ । ଡଙ୍ଗାରେ ଏକା ସମୟରେ ୧୧୫ଜଣ ଯାତ୍ରୀ ଯାତାୟତ କରୁଥିବାବେଳେ ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଏଥିରେ ୩୧ଜଣଙ୍କର ଜୀବନ ଦୀପ ଲିଭିଥିବାବେଳେ ଅନେକଙ୍କର ପରିବାର ମୁରବୀ ଶୂନ୍ୟ ହୋଇ ଯାଇଥିଲା । ସେତେବେଳେ ଏହି ଘଟଣାଟି ସାରା ଓଡ଼ିଶା ବାସୀଙ୍କୁ ସ୍ତବ୍ଧ କରିଦେଇଥିଲା ।ସେହିପରି ଆଉ ଗୋଟିଏ ଘଟଣା ହେଲା ଚିଲିକାର ଡଙ୍ଗା ବୁଡି ଘଟଣା । ସେଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଏପର୍ଯ୍ୟନ୍ତ ନିଖୋଜ ମଧ୍ୟ ଅଛନ୍ତି ଏବଂ ୨୨ଜଣଙ୍କୁ ଉଦ୍ଧାର କରାଯାଇଥିଲା ମଧ୍ୟ । ସେଥିରେ ବି ସମାନ କାରଣ ଥିଲା ଡଙ୍ଗାର କ୍ଷମତା ଠାରୁ ଅଧିକ ଯାତ୍ରୀ । ତେବେ ଏଠି ପ୍ରଶ୍ନ ଉଠୁଛି ଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେବା ଏବଂ ସେମାନଙ୍କୁ ଲାଇଫ୍ ଜ୍ୟାକେଟର ବ୍ୟବସ୍ଥା କଣ ପାଇଁ କଡାକଡି କରାଯାଉ ନାହିଁ । ହଁ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନ ଯୋଗୁଁ ଏଭଳି ଅବ୍ୟବସ୍ଥାକୁ କିଛି ମାତ୍ରାରେ ରୋକା ଯାଇ ପାରିଛି । ଏଠି ପରିବାରର ପ୍ରତିପୋଷଣ ଆଗରେ ଦୁର୍ଲଭ ଜୀବନ ଟିଏ ସବୁଦିନ ପାଇଁ ଲିଭି ଯାଉଛି । ନାଁ ଏଥିପ୍ରତି କାହାରି ନିଘା ଅଛି ନା କାହାର କଡା ନିର୍ଦ୍ଦେଶ ରହିଛି । ତେବେ ରାଜ୍ୟ ସରକାରଙ୍କ ଓଡ୍ରାଫ୍ ଟିମ୍ ସର୍ତକ ରହିଥିବାବେଳେ ପୂର୍ବ ଅପେକ୍ଷା କିଛି ମାତ୍ରାରେ ଡଙ୍ଗା ବୁଡି ଭଳି ବିପତି କମିବାର ଲାଗିଛି । ଏତିକି ଅନୁରୋଧ ନିଜର ପେଟ ପାଟଣା ପାଇଁ କୋମଳ ଜୀବନ ଗୁଡିକୁ ବିପଦରେ ନପକାନ୍ତୁ । ବ୍ୟୁରୋ ରିପୋର୍ଟ ଆଚିଭର ନ୍ୟିୁଜ୍ ।

LEAVE A REPLY

Please enter your comment!
Please enter your name here