ଜବତ ଗାଡିକୁ ତୁରନ୍ତ ଫେରାଅ: ହାଇକୋର୍ଟ

0
600
hgvyt
hjy

ନୂଆଦିଲ୍ଲୀ : ତାଲାବନ୍ଦ ବେଳେ ପୋଲିସକୁ ହାଇକୋର୍ଟଙ୍କ ତାଗିଦ ଜବତ ଗାଡି ତୁରନ୍ତ ଫେରାଅ। ଅଣ୍ଡରଟେକିଂ ଲେଖି ଜବତ ଗାଡି ଛଡାଯାଉ ବୋଲି ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ପାଦଚଲା ଦୂରତାରେ ସବୁ ଜାଗାରେ ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ ନୁହେଁ । ତେଣୁ ଜଣେ ଗାଡିରେ ଦୂର ସ୍ଥାନକୁ ଯାଇ ସାମଗ୍ରୀ ଆଣିପାରିବ । ଏଥିପାଇଁ ଲକ ଡାଉନବେଳେ ପୋଲିସ ମାନବିକତା ନ ଭୁଲୁ ବୋଲି ହାଇକୋର୍ଟ କହିଛନ୍ତି । କୋରୋନା ସଂକ୍ରମଣରେ ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦେଇ ବଜାରରେ ଲୋକଙ୍କ ଅସମ୍ଭବ ଭିଡକୁ ରୋକିବାକୁ ଲୋକଙ୍କୁ ଗାଡି ନେଇ ଯିବା ପାଇଁ ମନା କରାଯାଇଥିଲା । ଗାଡି ନ ନେଇ ନିକଟସ୍ଥ ମାର୍କେଟକୁ ପାଦରେ ଚାଲି ଚାଲି ଯାଇ ସାମଗ୍ରୀ ଆଣିବାକୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ କିଛି ଅମାନିଆ ଲୋକ ସରକାରଙ୍କ ପରାମର୍ଶ ନମାନି ବେପରୁଆ ଭାବେ ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା । ଆଉ ପୋଲିସ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଗାଡି ସବୁ ଜବତ କରିଥିଲା । ମାତ୍ର ଏବେ ହାଇକୋର୍ଟ ପୋଲିସର ଏଭଳି କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଜବତ ଗାଡିକୁ ତୁରନ୍ତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here