ଜଣେ ବ୍ୟକ୍ତି ଓ କ୍ରୀତଦାସଙ୍କ ଦେହାବଶେଷ ୨୦୦୦ ବର୍ଷ ତଳେ ଇଟାଲିରେ ଉଦ୍‌ଗୀରଣ ହୋଇଥିବା ଆଗ୍ନେୟଗିରି ପାଉଁଶରୁ ବାହାରିଲା

0
29

ନୂଆଦିଲ୍ଲୀ: ପ୍ରାୟ ୨୦୦୦ ବର୍ଷ ପୂର୍ବେ ପମ୍ପେଇର ‘ମାଉଣ୍ଟ୍‌ ଭେଜୁଭିୟସ୍‌’ରୁ ଉଦ୍‌ଗୀରଣ ହୋଇଥିବା ଲାଭା ପାଉଁଶରୁ ଦୁଇଜଣ ବ୍ୟକ୍ତିଙ୍କର କଙ୍କାଳ-ଅବଶେଷ ଆବିଷ୍କାର କରିଥିବା କଥା ରବିବାର ଦିନ ଇଟାଲିର ପ୍ରତ୍ନତାତ୍ତ୍ୱିକ ପାର୍କରେ ଗବେଷକମାନେ କହିଛନ୍ତି। ୭୯ ଶଦାବ୍ଦୀର ଏହି ଦେହାବଶେଷ ଜଣେ ଧନୀବ୍ୟକ୍ତି ଏବଂ ତାଙ୍କ କ୍ରୀତଦାସଙ୍କର ବୋଲି ବିଶ୍ୱାସ କରାଯାଉଛି।

ପମ୍ପେଇ ସୀମାନ୍ତ ଅଞ୍ଚଳରେ ଥିବା ଗ୍ରାଣ୍ଡ୍‌ ଭିଲ୍ଲା ଧ୍ୱଂସାବଶେଷ ଉତ୍‌ଖନନ ସମୟରେ ଏହି ଦେହାବଶେଷ ଦୁଇଟି ବାହାରିଥିବା କଥା ସରକାରୀସୂତ୍ରରୁ ଜଣାପଡ଼ିଛି। ୨୦୧୭ରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରୁ ତିନୋଟି ଲଗାମ ଦିଆ ଘୋଡ଼ାଙ୍କର ଦେହାବଶେଷ ଆବିଷ୍କୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here