ଜଣେ ଆତଙ୍କବାଦୀ ନିହତ ପୁଲୱାମାରେ ହୋଇଥିବା ଏନ୍‌କ‌ାଉଣ୍ଟର୍‌

0
36

ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରାଠାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେ‌ଳେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ଆତ୍ମସମର୍ପଣ କରିଥିବା ସୂଚନା ରହିଛି। ସୋମବାର (ଅକ୍ଟୋବର ୨୬) ସନ୍ଧ୍ୟାରେ ଅବନ୍ତିପୋରାର ନୁରପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିବା ପରେ ଏପରିି ଘଟିଛି।

ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ହୋଇଥିବା ସର୍ଚ ଅପରେସନ ପରେ ପରେ ଏପରି ପରିସ୍ଥିତି ଉପୁଜିଥିବା ଜାଣିବାକୁ ମିଳିିଛି।

LEAVE A REPLY

Please enter your comment!
Please enter your name here