ଚୀନ ସୈନିକଙ୍କୁ ନିଜ ଦେଶକୁ ଫେରାଇ ଦିଆଗଲା ଭାରତୀୟ ସେନା ଦ୍ବାରା ଗିରଫ ହୋଇଥିଲା

0
70

ନୂଆଦିଲ୍ଲୀ : ଗତ ସୋମବାର ଦିନ ପୂର୍ବ ଲଦାଖର ଡେମ୍‌ଚୋକ ସେକ୍ଟରରେ ଭାରତୀୟ ସେନା ଦ୍ୱାରା ଗିରଫ ହୋଇଥିବା ଚୀନ ସୈନିକକୁ ମଙ୍ଗଳବାର ରାତିରେ ଚୀନ ସେନାକୁ ଫେରାଇ ଦିଆଯାଇଛି । ଗତକାଲି ରାତିରେ ଚୁସୁଲ ମୋଲଡୋ ମିଟିଂ ପଏଣ୍ଟରେ ଭାରତୀୟ ସେନା ଚୀନ୍ ସୈନିକ କର୍ପୋରାଲ ୱାଙ୍ଗ ୟା ଲଙ୍ଗଙ୍କୁ ଚୀନ୍ ସେନାକୁ ହସ୍ତାନ୍ତର କରିଥିବା ସୂଚନା ରହିଛି । ଭାରତୀୟ ସେନା ପକ୍ଷରୁ ସୋମବାର କୁହାଯାଇଥିଲା ଯେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର ଏହି ସୈନିକଙ୍କୁ କିଛିଟା ଔପଚାରିକତା ଶେଷ ହେବା ପରେ ତାଙ୍କ ଦେଶକୁ ଫେରାଇ ଦିଆଯିବ ବୋଲି।

LEAVE A REPLY

Please enter your comment!
Please enter your name here