ଚୀନ ସେନା ୫ଭାରତୀୟଙ୍କୁ ଉଠାଇ ନେଲା !

0
158

ନୂଆଦିଲ୍ଲୀ: ଆଚିଭର୍ସ ନ୍ୟୁଜ୍ ୫/୦୯(ବ୍ୟୁରୋ)- ଭାରତ ଏବଂ ଚୀନ୍ ସେନା ମଧ୍ୟରେ ତିକ୍ତତା ଜାରି ରହିଛି। ଅନେକ ଥର ଆଲୋଚନା ସରିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିପାରି ନାହିଁ। ତେବେ ଏଭଳି ପରିସ୍ଥିତିରେ ଚୀନ୍ ସେନା ଅରୁଣାଚଳ ପ୍ରଦେଶରୁ ପାଞ୍ଚ ଜଣଙ୍କୁ ଅପହରଣ କରି ନେଇଥିବା ଖବର ସାମ୍ନାକୁ ଆସିଛି। ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍ ସେନା ସୀମାରୁ ୫ଜଣ ଭାରତୀୟଙ୍କୁ ଅପହରଣ କରିଛି।

ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଦାବି କରିଛନ୍ତି ଯେ, ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଅରୁଣାଚଳ ପ୍ରଦେଶର ଉପର ସୁବାନସିରି ଜିଲ୍ଲାର ପାଞ୍ଚ ଜଣଙ୍କୁ ଅପହରଣ କରିଛି। କିଛି ମାସ ପୂର୍ବରୁ ଏଭଳି ଘଟଣା ଘଟିଥିଲା। ଚୀନ୍‌ର ଏଭଳି କାମ ପାଇଁ ତାକୁ ଉଚିତ୍ ଜବାବ ଦିଆଯିବା ଦରକାର ବୋଲି ଲେଖିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ୟାଗ୍ କରିଛନ୍ତି ବିଧାୟକ ନିନୋଙ୍ଗ ଏରିଙ୍ଗ।

LEAVE A REPLY

Please enter your comment!
Please enter your name here