ଚୀନ ନିର୍ମିତ ମୋବାଇଲକୁ ଦିଆଯିବନି ୪ଜି ଅପଗ୍ରେଡ଼

0
431

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧୮/୦୬ (ବ୍ୟୁରୋ)- ବାସ୍ତବ ନିୟନ୍ତ୍ରଣ ରେଖାର ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଚୀନକୁ ଏବେ ହାତରେ ନ ମାରି ଭାତରେ ମାରିବା ଯୋଜନା କରିଛି ଭାରତ । ବୁଧବାର ଟେଲିକ୍ ମନ୍ତ୍ରଣାଳୟ ବିଏସ୍‌ଏନ୍‌ଏଲ୍ ଓ ଏହାର ସହଯୋଗୀ କମ୍ପାନୀଗୁଡ଼ିକ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଚୀନ ନିର୍ମିତ ମୋବାଇଲ ଫୋନଗୁଡ଼ିକୁ ୪ଜି ଅପଗ୍ରେଡ଼େସନ ଦିଆଯିବ ନାହିଁ । ଏହାଦ୍ୱାରା ଭାରତୀୟମାନେ ଚୀନ ନିର୍ମିତ ମୋବାଇଲ ଓ ଟେଲିକମ୍ ଯନ୍ତ୍ରାଂଶ ପରିବର୍ତ୍ତେ ଭାରତ ନିର୍ମିତ ଯନ୍ତ୍ରାଂଶ କିଣିବାକୁ ଆଗ୍ରହୀ ହେବେ । ଫଳରେ ଭାରତରେ ଚୀନ ନିର୍ମିତ ଯନ୍ତ୍ରାଂଶ ବିକ୍ରି ହ୍ରାସ ପାଇବ ଯାହା ପରୋକ୍ଷରେ ଚୀନର ଅର୍ଥନୀତିକୁ ପ୍ରଭାବିତ କରିବ । ଚୀନର ଅର୍ଥନୀତିକୁ ପ୍ରଭାବିତ କରିବା ସହିତ ‘ଆତ୍ମନିର୍ଭର ଭାରତ’ ଯୋଜନାକୁ ସଫଳ କରିବା ଏହି ନିର୍ଦ୍ଦେଶର ଅନ୍ୟତମ ଲକ୍ଷ୍ୟ ।

LEAVE A REPLY

Please enter your comment!
Please enter your name here