ଚିନ୍ତା ବଢ଼ାଉଛି ସାଇବର ଅପରାଧ: ଠିକାଦାରଙ୍କଠାରୁ ଲୁଟିନେଲେ ୬୨ହଜାର

0
429

ଆଚିଭର୍ସ ନ୍ୟୁଜ୍‌, ୦୯/୦୬ (ବ୍ୟୁରୋ)- ରାଜଧାନୀରେ ସାଇବର ଅପରାଧ କମିସନରେଟ ପୁଲିସର ଚିନ୍ତା ବଢ଼ାଇଛି । ପ୍ରତିଦିନ ସହରରେ ବିଜ୍ଞାପନ ଦେଇ ଲୋକଙ୍‌କଠାରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛନ୍ତି । ପୁଣି ରାଜଧାନୀ ଉପକଣ୍ଠ ଅଞ୍ଚଳର ଜଣେ ଠିକାଦାରଙ୍କଠାରୁ ଫୋନ୍ ପେ’ ମାଧ୍ୟମରେ ଚୂନ ଲଗାଇଛନ୍ତି ସାିବର ଠକ । ଫୋନ୍ ପେ’କୁ ହ୍ୟାକ୍ କରି ୬୨ହଜାର ଟଙ୍କା ଠକି ନେଇଛନ୍ତି । ଠକାମିର ଶିକାର ହୋଇଥିବା ଠିକାଦାର ହେଲେ ଖଣ୍ଡଗିରି ଥାନା ଗୋଠପାଟଣା ଅଞ୍ଚଳର ତ୍ରିବିକ୍ରମ ପ୍ରଧାନ । ସେହିପରି ଉକ୍ତ ଅଞ୍ଚଳର ମନୋଜ ଲେଙ୍କା ନାମକ ଜଣେ ଯୁବକଙ୍କ ଠାରୁ ଅନ୍‌ଲାଇନ୍‌ରେ ୨୩,୦୦୦ ଟଙ୍କା ସମାନ ଢ଼ଙ୍ଗରେ ଲୁଟି ନେଇଛନ୍ତି ଠକ । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here