ଚାଇନା ରଙ୍ଗ ପ୍ରତି ସାବଧାନ !

0
554
fgtc
hgy

ଭୁବନେଶ୍ୱର:  କରୋନା ଭାଇରସ୍‌ ସାଧାରଣତଃ ଜଣଙ୍କୁ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ । ତଥାପି ସବୁ ଜିନିଷ ପ୍ରତି ସାବଧାନ ରହିବା ଉଚିତ୍ । ଯଥା ସମ୍ଭବ କରୋନା ଭାଇରସ୍‌ ଠାରୁ ସୁରକ୍ଷିତ ରହିବା ପାଇଁ ଚାଇନାରୁ ଆସୁଥିବା ରଙ୍ଗଠାରୁ ନିଜକୁ ଦୂରେଇ ରଖନ୍ତୁ । ସାଧାରଣତଃ ହୋଲିରେ ବ୍ୟବହାର ହେଉଥିବା ରଙ୍ଗ ଚାଇନାରୁ ଆସିଥାଏ । ଆଉ ଏହି ରଙ୍ଗକୁ ଅଧିକ ଆକର୍ଷଣୀୟ ଓ ସୁଗନ୍ଧମୟ କରିବା ପାଇଁ ଏଥିରେ ବିଭିନ୍ନ ପ୍ରକାରର କେମିକାଲ ବ୍ୟବହାର  କରାଯାଇଥାଏ । ଯାହାକି ମନୁଷ୍ୟ ଶରୀର ପାଇଁ ଏବଂ ବିଶେଷ କରି ସ୍କିନ୍ ପାଇଁ କ୍ଷତିକାରକ ହୋଇଥାଏ ।

ସେପଟେ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱବାସୀ ଚିନ୍ତାରେ ଥିବାବେଳେ ବିଶେଷ କରି ଚିନ୍ତାରେ ରହିଛି ଚୀନ୍ । ଚୀନରେ ଏହି ରୋଗ ଯୋଗୁଁ ପ୍ରତିଦିନ ଶହଶହ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ସବୁଠୁ ବଡ଼ କଥା ହେଲା ଏହି ମାରାତ୍ମକ ଭାଇରସ୍‌ ବ୍ୟାପିବାର ମୁଖ୍ୟ କାରଣ କ’ଣ ଏଯାବତ୍‌ ଜଣାପଡ଼ି ନଥିବା ବେଳେ, ଚୀନରେ ବ୍ୟବହୃତ କେମିକାଲରୁ ଏହା ବ୍ୟାପୁଥିବା କେହି କେହି ମତ ରଖୁଛନ୍ତି । ତେଣୁ କିଛି କେମିକାଲ ରଙ୍ଗରେ ମଧ୍ୟ ବ୍ୟବହାର ହେଉଥିବାରୁ, ଏହାରି ମାଧ୍ୟମରେ ଭାଇରସ୍‌ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ହୋଲି ପାଇଁ ଆଉ ଖୁବ୍ କମ୍ ଦିନ ଥିବାରୁ ଆଖିଦୃଶିଆ ରଙ୍ଗ କିଣିବାରେ ନଫସି, ଚାଇନା ରଙ୍ଗଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଛି । ହରବଲ୍‌ ରଙ୍ଗ ବ୍ୟବହାର କରି କରୋନା ଭଳି ମାରତ୍ମକ ରୋଗଠାରୁ ଦୂରେଇ ରହିବାକୁ ଡାକ୍ତରଙ୍କ ତରଫରୁ ମଧ୍ୟ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here