ଚଳିତବର୍ଷ ଶେଷ ସୁଦ୍ଧା ଉପଲବ୍ଧ ହେବ କରୋନା ଟିକା

0
138

୧୦ ଟିକାର ହ୍ୟୁମାନ୍ ଟ୍ରାଏଲ୍ ଚାଲିଛି
୨ କିମ୍ବା ୩ଟି ସଫଳ ହେବା ସମ୍ଭାବନା
ଲଣ୍ଡନ, ଆଚିଭର୍ସ ନ୍ୟୁଜ୍‌, ୧୯/୦୬ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଚଳିତବର୍ଷ ଶେଷ ଭାଗରେ ହିଁ ଟିକା ଉପଲବ୍ଧ ହେବ ବୋଲି ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଆଶାବ୍ୟକ୍ତ କରିଛି । ଜେନେଭାଠାରେ କରୋନା ଟିକା ବାବଦରେ ଏକ ବିବୃତି ଦେଇ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ବୈଜ୍ଞାନିକ ଡ.ସୌମ୍ୟା ସ୍ୱାମୀନାଥନ କହିଛନ୍ତି, ବିଶ୍ୱରେ ଏବେ ୧୦ଟି ଟିକାକୁ ନୂଆ ସମ୍ଭାବନା ପ୍ରକାଶ ପାଇଛି । କାରଣ ଏଗୁଡ଼ଇକ ସବୁ ଏବେ ହ୍ୟୁମାନ୍ ଟ୍ରାଏଲ୍ ପର୍ଯ୍ୟାୟରେ ରହିଛି । ପୂର୍ବରୁ ଏଗୁଡ଼ିକର ଆନିମଲ୍ ଟ୍ରାଏଲ ସଫଳ ହୋଇସାରିଛି । ତେଣୁ ଏଗୁଡ଼ିକୁ ନେଇ ବିଶ୍ୱବାସୀଙ୍କ ଆଶା ବଢ଼ିବା ସ୍ୱାଭାବିକ ।

LEAVE A REPLY

Please enter your comment!
Please enter your name here