ଚଳିତବର୍ଷ ରଥଯାତ୍ରା ଏକ ଐତିହାସିକ ଘଟଣା: ଗଜପତି

0
417

ପୁରୀ, ଆଚିଭର୍ସ ନ୍ୟୁଜ୍‌, ୨୪/୦୬ (ବ୍ୟୁରୋ)- ଚଳିତବର୍ଷର ରଥଯାତ୍ରା ଏକ ଐତିହାସିକ ଘଟଣା । କୌଣସି ଗଜପତିଙ୍କର ଏପରି ଅନୁଭୂତି ହୋଇନଥିବ । ମହାପ୍ରଭୁ ଆଉ ସମ୍ଭାଳି ପାରିଲେ ନାହିଁ । ଭକ୍ତଙ୍କ ପାଇଁ ବଡ଼ଦାଣ୍ଡକୁ ଚାଲି ଆସିଲେ । ଏହା ତାଙ୍କର ଅନନ୍ୟ ଲୀଳା । ଯିଏ ଯେଉଁଠି ଅ=ଛନ୍ତି ମହାପ୍ରଭୁଙ୍କ କୃପାଲାଭ କରନ୍ତୁ । ଛେରାପହଁରା ଅନୁଭୂତି ଭାଷାରେ ମୁଁ କହିପାରିବି ନାହିଁ । ଭାବନା ଏକ ହେଲେ ସେଥିରେ କୌଣସି ପ୍ରଭେଦ ନାହିଁ । ବିନାଭକ୍ତରେ ରଥଯାତ୍ରା ଯୋଗୁଁ ଭକ୍ତଙ୍କ ହୃଦୟରେ ଯେତିକି ଆଘାତ ଲାଗିଛି ମୋ ମନରେ ମଧ୍ୟ ସେତିକି ଆଘାତ ଲାଗିଛି । ଗଜପତି ଏବଂ ସାଧାରଣ ଭକ୍ତଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଗଜପତି ଛେରାପହଁରା କରୁଛନ୍ତି ଭକ୍ତ ବଡ଼ଣ୍ଣ୍‌ରେ ଛିଡ଼ାହୋଇ ପ୍ରଭୁଙ୍କୁ ଅନ୍ତରର ସହ ପ୍ରାର୍ଥନା କରୁଛି । ଭକ୍ତବିନା ରଥଯାତ୍ରା ରଥଯାତ୍ରା ଭଳି ଲଙ୍କଜ୍ଞରନି । ମହାପ୍ରଙ୍କ ଏହା ଅପୂର୍ବ ଲୀଳା । ସମଗ୍ର ସୃଷ୍ଟିକୁ କୃପା ବାଣ୍ଟିବା ପାଇଁ ମହାପ୍ରଭୁ ବଡ଼ଦାଣ୍ଡକୁ ଆସିଛନ୍ତି । ଏ ବିପଦ ସମୟରେ ମହାପ୍ରଭୁ ବିଶ୍ୱକୁ ରକ୍ଷା କରିବେ । ଭକ୍ତମାନଙ୍କ ପାଇଁ ପ୍ରଭୁ ଏପରି ଲୀଳା କରିଛନ୍ତି ବୋଲି କହିଛନ୍ତି ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟସିଂହଦେବ ।

LEAVE A REPLY

Please enter your comment!
Please enter your name here