ଚଳଚ୍ଚିତ୍ରରେ ମାଆ ଲକ୍ଷ୍ମୀଙ୍କୁ ପରିହ‌ାସ କରାଯାଇଛି ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍ବ’କୁ ନେଇ ଆସିଲା ଅଭିଯୋଗ

0
207

ମୁମ୍ବାଇ: ବିବାଦୀୟ ସେଲିବ୍ରିଟି ତଥା ଆତ୍ମଘୋଷିତ ଚଳଚ୍ଚିତ୍ର ସମାଲୋଚକ କମଲ ରସିଦ ଖାନ ଓକେ କେ.ଆର.କେ ତାଙ୍କ ଟ୍ୱିଟ୍ ପାଇଁ ସଦା ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ତାଙ୍କ ଟ୍ବିଟ୍‌ ପୋଷ୍ଟ୍‌ରେ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରିଛନ୍ତି। କେ.ଆର.କେ ଟ୍ବିଟ୍‌ କରିି ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍ବ’ ନଦେଖିବାକୁ କହିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ମାଆ ଲକ୍ଷ୍ମୀଙ୍କୁ ଅସମ୍ମାନ କରାଯାଇଛି। ସେ ଟ୍ବିଟ୍‌ କରି ପ୍ରଶଂସକମାନଙ୍କୁ ଏହି ଚଳଚ୍ଚିତ୍ରକୁ ବୟକଟ କରିବାକୁ ନିବେଦନ କରିଛନ୍ତି।

ସେ ଲେଖିଛନ୍ତି, ‘ଲକ୍ଷ୍ମୀ ଜଣେ ଦେବୀ। ଅକ୍ଷୟ କୁମାର ତାଙ୍କ ଅଭିନୟ ମାଧ୍ୟମରେ ସେହି ଦେବୀଙ୍କୁ ପରିହାସ କରିଛନ୍ତି। ତାଙ୍କୁ ବାଟକୁ ଆଣିବା ପାଇଁ ଜନସାଧାରଣ ତାଙ୍କ ସିନେମାକୁ ବୟକଟ କରିବା ଉଚିତ। ଯାହାଫଳରେ ସେ ଭବିଷ୍ୟତରେ ଆଉ ଏତେ ବଡ ଭୁଲ୍ କରିବେ ନାହିଁ। ଏହା ଭାରତ, କାନାଡା ନୁହେଁ। ଏଠାରେ ଦେବାଦେବୀଙ୍କ ପୂଜା କରାଯାଏ, ମଜାକ ଉଡ଼ାଯାଏ ନାହିଁ।’

LEAVE A REPLY

Please enter your comment!
Please enter your name here