ଚର୍ଚ୍ଚାରେ ମିହିକାଙ୍କ ଲେହେଙ୍ଗା

0
148

ଆଚିଭର୍ସ ନ୍ୟୁଜ୍ ୧୧/୦୮ (ବ୍ୟୁରୋ)-  ‘ବାହୁବଳୀ’ ଖଳନାୟକ ଭଲ୍ଲାଲଦେବ ଓରଫ ରାଣା ଦଗ୍ଗୁବାତୀଙ୍କୁ ବିବାହ ସମୟ‌ରେ ମିହିକା ପିନ୍ଧିଥିବା ହାତ ତିଆରି ଲେହେଙ୍ଗାକୁ ତିଆରି କରିବା ପାଇଁ କାରିଗରମାନଙ୍କୁ ୧୦ ହଜାର ଘଣ୍ଟାରୁ ଊର୍ଧ୍ବ ସମୟ ଲାଗିଥିଲା। ପ୍ରଖ୍ୟାତ ଡିଜାଇନର୍‌ ଅନାମିକା ଖାନ୍ନା ଏହାକୁ ଡିଜାଇନ୍ କରିଥିଲେ। ସୁନା ଓ କ୍ରିମ୍‌ ରଙ୍ଗର ଏହି ଲେହେଙ୍ଗା ପିନ୍ଧି ମିହିକା କୌଣସି ଅପସରାଠାରୁ କମ୍‌ ସୁନ୍ଦର ଦେଖାଯାଉନଥିଲେ। ହାତ ତିଆରି ଜର୍‌ସୋଦି, ଚିକନ୍‌କରି ଓ ଗୋଲ୍ଡ ମେଟାଲ୍‌ ୱାକ୍‌ ଲେହେଙ୍ଗା ଦେଖିବାକୁ ଯେତିକି ସୁନ୍ଦର, ସେତିକି ସମ୍ଭ୍ରାନ୍ତ ମଧ୍ୟ ଦିଶୁଥିଲା। ଟ୍ବିଟ୍‌ କରି ଅନାମିକା ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୮ ତାରିଖ‌ରେ ମିହିକା ଓ ରାଣା ହାଇଦ୍ରାବାଦସ୍ଥିତ ରାମାନାଇଡୁ ଷ୍ଟୁଡିଓରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

LEAVE A REPLY

Please enter your comment!
Please enter your name here