ଗୋଟିଏ ଦିନରେ ସର୍ବାଧିକ ୯୯୮୩ ସଂକ୍ରମିତ

0
451

ସଂକ୍ରମଣରେ ଚୀନ ଆଗରେ ମହାରାଷ୍ଟ୍ର
୪୫ମ୍ୟୁନିସିପାଲିଟିରେ ପ୍ରତିଘର ସଦସ୍ୟଙ୍କ କରୋନା ଟେଷ୍ଟ ପାଇଁ ନିର୍ଦ୍ଦେଶ
ଆଚିଭର୍ସ ନ୍ୟୁଜ୍‌, ୦୯/୦୬ (ବ୍ୟୁରୋ)- ସୋମବାର ଗୋଟିଏ ଦିନରେ ସର୍ବାଧିକ ୯୯୮୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨,୫୬,୬୧୧ରେ ପହଞ୍ଚିଛି । ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧,୨୪,୦୯୫ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୨୪ଘଣ୍ଟା ମଧ୍ୟରେ ୨୭୧ଜଣଙ୍କର ମୃତ୍ୟୁ ହୋଇଛି । ଏହି ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୭,୨୦୦ରେ ପହଞ୍ଚିଛି । ଦେଶର କରୋନା ହଟସ୍ପଟ ପାଲଟିଥିବା ମହାରାଷ୍ଟ୍ର ସଂକ୍ରମିତଙ୍କ ସଂଖ୍ୟାରେ ଚୀନକୁ ଟପିଛି । ମହାରାଷ୍ଟ୍ରରେ ଗତ ୨୪ଘଣ୍ଟା ମଧ୍ୟରେ ୩୦୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here