ଗର୍ଭବତୀଙ୍କୁ ଆକ୍ରମଣ

0
97

ଭଦ୍ରକ, ଆଚିଭର୍ସ ନ୍ୟୁଜ୍‌, ୧୩/୦୭ (ବ୍ୟୁରୋ)- ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ବିରୋଳି ଶାସନରେ ଗର୍ଭବତୀଙ୍କୁ ଆକ୍ରମଣ । ଆବାସ ଯୋଜନାରେ ମିଳିଥିବା ଘରକୁ ନେଇ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ମହିଳାଙ୍କୁ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି । ଏନେଇ ମହିଳା ଜଣକ ଭଣ୍ଡାରୀପୋଖରୀ ଥାନାରେ ଏତଲା ଦେଇଛନ୍ତି। ମାଡ଼ ଯୋଗୁ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଯାଜପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here