ଖୋଲିଲା ଶ୍ରୀମନ୍ଦିର: ମନ୍ଦିର ଭିତରେ ଦୀପ ଜାଳିବା ମନା l

0
67

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୨୩/୧୨):- ଦୀର୍ଘ ୯ ମାସ ପରେ ଖୋଲିଛି ଶ୍ରୀମନ୍ଦିର । ମହାପ୍ରଭୁଙ୍କ ଦର୍ଶନ ପାଇଁ ନୂଆ ଏସଓପି ଜାରି କରାଯାଇଛି । ପୁର୍ବ; ଘୋଷଣା ସହ ଆଉ କିଛି ଯୋଡିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ସଂପୂର୍ଣ୍ଣ ନିଷେଧ । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ମନା । ଏହା ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ବି ଛୁଇଁପାରିବେନି ଭକ୍ତ । ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜର କରିବେ । ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସେବାୟତମାନେ ମନ୍ଦିରରେ ଦିଅଁଙ୍କ ଦର୍ଶନ କରୁଛନ୍ତି । ୨୫ ତାରିଖ ପର୍ଯ୍ୟନ୍ତ କେବଳ ପରିଚୟପତ୍ର ଦେଖାଇ ସେବାୟତ ଯେକୌଣସି ଦ୍ୱାରରେ ପ୍ରବେଶ କରି ଦର୍ଶନ କରିପାରିବେ । ଅଣସେବାୟତଙ୍କୁ ରୋକିବା ପାଇଁ ଶ୍ରୀମନ୍ଦିର ଚାରିଦ୍ୱାରରେ ଜଗି ରହିଛନ୍ତି ଜଗନ୍ନାଥ ଟେମ୍ପୁଲ ପୋଲିସ । ଭିତର ବେଢାରେ ସାତ ପାହାଚ ନିକଟ ଗରୁଡସ୍ତମ୍ଭ ପାଖରେ ପଣ୍ଡାଦ୍ୱାର, ମୁଦୁଲି ଦ୍ୱାର, ବାହାର କାଠ, ଜୟବିଜୟ ଦ୍ୱାର, ଭିତର କାଠ ଓ ବେହରଣ ଦ୍ୱାରରେ ୩ ସିଫ୍ଟରେ ୧୫ଜଣ ପ୍ରତିହାରୀ ସେବାୟତ ଶୃଙ୍ଖଳିତ ଦର୍ଶନ ପାଇଁ ନିୟୋଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here