ଖୋର୍ଦ୍ଧା ବୋଲଗଡ ଅଂଚଳରୁ ବାଘ ଛାଲ ଜବତ, ୨ ଜଣଙ୍କୁ ଗିରଫ କଲା ଏସଟିଏଫ୍

0
20

ଖୋର୍ଦ୍ଧା : ଖୋର୍ଦ୍ଧା ବୋଲଗଡ଼ ଅଂଚଳରୁ ବାଘ ଛାଲ ଜବତ । ଦୁଇ ଅଭିଯୁକ୍ତ ସୁଧିର ବେହେରା ଓ ସୁବାସ ବେହେରାଙ୍କୁ ଗିରଫ କଲା ନୟଗଡ଼ ଏସଟିଏଫ । ବାଘଛାଲ ସମେତ ଶିକାରରେ ବ୍ୟବହୃତ ସମସ୍ତ ସାମଗ୍ରୀ ଜବତ ହୋଇଛି । ଜବତ ବାଘ ଛାଲର ଅଧିକା ତଦନ୍ତ ନେଇ ରାସାୟନିକ ପରୀକ୍ଷା ପାଇଁ ଡ଼େରାଡ଼ୁନରେ ଥିବା ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡିଆକୁ ପଠାଯିବ ।ଏହାରି ଭିତରେ ଏସଟିଏଫ୍ ୧୨ଟି ବାଘ ଛାଲ, ୬ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୨ଟି ଜୀବନ୍ତ ବଜ୍ରକାପ୍ତାର ପର୍ଦ୍ଦାଫାଶ କରିଛି । ୧୩ଟି ମାମଲା ରୁଜୁ କରିଛି, ୨୪ଜଣଙ୍କୁ ଗିରଫ କରିଛି । ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ହେଲପ ଲାଇନ୍ ନମ୍ବର ଜାରି କରିଛି ଏସଟିଏଫ । ନମ୍ବରଟି ହେଲା ୯୪୩୯୨୬୩୬୪୬ । ଏହି ନମ୍ବରରେ ଫୋନ କରି ତଥ୍ୟ ଦେଲେ ନାମ ଗୋପନ ରଖିବା ସହ ପୁସ୍କୃତ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here