ଖୋର୍ଦ୍ଧାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାର ପାର୍‌ ହେଲାଣି

0
76

ଭୁବନେଶ୍ବର: ଆଜି ରାଜ୍ୟରେ ୧୯୦୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୭୮୯ ଆକ୍ରାନ୍ତ ଅଛନ୍ତି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୨ହଜାର ୨୫୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଅନୁଗୁଳ ଜିଲ୍ଲାରୁ ଏଯାବତ୍‌ ୭,୦୧୫, ସଂକ୍ରମିତ ହୋଇଥିବା ବେଳେ ବାଲେଶ୍ବରରୁ ୯,୫୧୩, ବରଗଡ଼ରୁ ୮,୦୭୭, ଭଦ୍ରକରୁ ୬,୩୫୧, ବଲାଙ୍ଗୀରରୁ ୬,୦୧୨, ବୌଦ୍ଧରୁ ୨,୪୦୩, କଟକରୁ ୨୪,୫୩୮, ଦେବଗଡ଼ରୁ ୯୪୫, ଢେଙ୍କାନାଳରୁ ୪,୭୩୩, ଗଜପତିରୁ ୩,୭୭୭, ଗଞ୍ଜ‌ାମରୁ ୨୦,୮୮୮, ଜଗତ୍‌ସିଂହପୁରରୁ ୬,୭୧୭, ଯାଜପୁରରୁ ୧୦,୨୭୭, ଝାରସୁଗୁଡ଼ାର ୫,୮୭୪, କଳାହାଣ୍ଡିରୁ ୪,୬୪୯, କନ୍ଧମାଳରୁ ୫,୩୯୫, କେନ୍ଦ୍ରାପଡ଼ାରୁ ୬,୯୧୯, କେନ୍ଦୁଝରରୁ ୫,୬୫୩, ଖୋର୍ଦ୍ଧାରୁ ୪୬,୪୬୫, କୋରାପୁଟରୁ ୬,୯୯୮, ମାଲକାନଗିରିରୁ ୪,୫୨୪, ମୟୂରଭଞ୍ଜରୁ ୧୦,୪୫୨, ନବରଙ୍ଗପୁରରୁ ୪,୮୨୬, ନୟାଗଡ଼ରୁ ୫,୬୬୯, ନୂଆପଡ଼ାରୁ ୪,୯୩୦, ପୁରୀରୁ ୧୧,୮୯୨, ରାୟଗଡ଼ରୁ ୭,୯୪୨, ସମ୍ବଲପୁରରୁ ୭,୬୦୩, ସୁବର୍ଣ୍ଣପୁରରୁ ୪,୨୦୮, ସୁନ୍ଦରଗଡ଼ରୁ ୯,୯୪୩, ଷ୍ଟେଟ୍‌ପୁଲ୍‌ରୁ ୭,୦୭୨ କରୋନା ସଂକ୍ରମିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here