ଖୁବ୍‌ଶୀଘ୍ର ଲଞ୍ଚ୍ ହେବ କରୋନା ଭ୍ୟାକସିନ୍!

0
446

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୩/୦୭ (ବ୍ୟୁରୋ)- ଦେଶରେ କରୋନା ମହାମାରୀ ପଜିଟିଭ୍ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଏକ ଭଲ ଖବର ଆସି ପହଞ୍ଚିଛି। କରୋନା ପାଇଁ ଦେଶୀ ଭ୍ୟାକସିନ୍ କୁହାଯାଉଥିବା କୋଭାସ୍କିନ୍ (COVAXIN) ଆସନ୍ତା ଅଗଷ୍ଟ ୧୫ ଅର୍ଥାତ୍ ସ୍ୱାଧିନତା ଦିବସ ଅବସରରେ ଲଞ୍ଚ୍ ହେବ ବୋଲି ଜଣାପଡ଼ିଛି। ଏହି ଭ୍ୟାକସିନକୁ ଭାରତ ବାୟୋଟିକ୍ ନାମକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପ୍ରସ୍ତୁତ କରିଛି। ଭାରତ ବାୟୋଟିକ୍ ଓ ଆଇସିଏମଆର୍ ପକ୍ଷରୁ ଏହି ଭ୍ୟାକସିନକୁ ଲଞ୍ଚ କରାଯାଇପାରେ।

ନିକଟରେ ଏହି ଭ୍ୟାକସିନକୁ ହ୍ୟୁମାନ୍ ଟ୍ରାୟଲ୍ ପାଇଁ ଅନୁମତି ମିଳିସାରିଛି। ଆଇସିଏମଆର୍ ପକ୍ଷରୁ ଜାରି ଚିଠି ଅନୁଯାୟୀ, ଜୁଲାଇ ୭ ତାରିଖରେ ହ୍ୟୁମାନ୍ ଟ୍ରାୟଲ୍ ପାଇଁ ଏନରୋଲମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ। ଏହା ପରେ ଯଦି ସମସ୍ତ ଟ୍ରାୟଲ୍ ଠିକଠାକ୍ ହୁଏ, ତାହେଲେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଭ୍ୟାକସିନକୁ ଲଞ୍ଚ୍ କରାଯାଇପାରେ।

ଏହି ଚିଠିକୁ ଆଇସିଏମଆର୍ ଏବଂ ସମସ୍ତ ଷ୍ଟେକହୋଲ୍ଡର୍ ଜାରି କରିଛନ୍ତି। ସେମାନଙ୍କ କହିବା ମୁତାବକ, ଯଦି ଟ୍ରାୟଲ୍ ସବୁ ପର୍ଯ୍ୟାୟରେ ସଫଳ ହୁଏ, ତାହେଲେ ଅଗଷ୍ଟ ୧୫ ତାରିଖ ସୁଦ୍ଧା କରୋନା ଭ୍ୟାକସିନ୍ ବଜାରକୁ ଆସିବ। ତେବେ ଆଇସିଏମଆର୍ କେବଳ ଏହାର ଅନୁମାନ ଲଗାଇଛି।

ସୂଚନାଯୋଗ୍ୟ, ନିକଟରେ ହାଇଦ୍ରାବାଦସ୍ଥିତ ଫାର୍ମା କମ୍ପାନୀ ଭାରତ ବାୟୋଟିକ୍ ଦାବି କରିଥିଲା ଯେ ସେମାନଙ୍କୁ କୋଭାସ୍କିନ୍ (COVAXIN)ର ଫେଜ୍-୧ ଓ ଫେଜ୍-୨ର ହ୍ୟୁମାନ୍ ଟ୍ରାୟଲ୍ ପାଇଁ ଜିସିଜିଆଇ ତରଫରୁ କ୍ଲିନଚିଟ୍ ମିଳିସାରିଛି। କମ୍ପାନୀ ଆହୁରି କହିଥିଲା ଯେ ଟ୍ରାୟଲର କାମ ଜୁଲାଇର ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଭାରତ ବାୟୋଟିକର ଭ୍ୟାକସିନ୍ ପ୍ରସ୍ତୁତ କରିବାର ବହୁ ପୁରୁଣା ଅଭିଜ୍ଞତା ରହିଛି।

ଭାରତ ବାୟୋଟିକ୍ କମ୍ପାନୀ ପୋଲିଓ, ରେବିଜ୍, ରୋଟାଭାଇରସ୍, ଜାପାନିଜ୍ ଏନସେଫାଲିଟିସ୍, ଚିକେନଗୁନିଆ ଓ ଜିକା ଭାଇରସ୍ ପାଇଁ ମଧ୍ୟ ଭ୍ୟାକସିନ୍ ପ୍ରସ୍ତୁତ କରିସାରିଛି। ହ୍ୟୁମାନ୍ ଟ୍ରାୟଲ୍ ପାଇଁ ଏନରୋଲମେଣ୍ଟର ଶୁଭାରମ୍ଭ ଜୁଲାଇ ୭ ତାରିଖରୁ ହୋଇପାରେ। ଏହା ପରେ ପର୍ଯ୍ୟାୟକ୍ରମେ ଟ୍ରାୟଲ୍ କରାଯିବ। ଯଦି ଟ୍ରାୟଲ୍ ସଫଳ ହୁଏ, ତାହେଲେ ଅଗଷ୍ଟ ୧୫ ତାରିଖ ଦିନ ଭ୍ୟାକସିନ୍ ଲଞ୍ଚ୍ କରାଯିବ।

LEAVE A REPLY

Please enter your comment!
Please enter your name here